-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
16-Aug-2023
ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)- ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ପୁରୁଣା କରତମିଲ ପରିସରେ ୭୭ତମ ସ୍ୱାଧିନତା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ପଦ୍ମବାଗ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋଶଲ ସାମ୍ବାଦିକ ସଂଘର ସଭାପତି ବିପ୍ରଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଆବାହକ ରତ୍ନାକର ସେଠଙ୍କ ଆବାହକତ୍ୱରେ ସାମ୍ବାଦିକ ଅରବିନ୍ଦ ମିଶ୍ର,ବିନୟ କୁମାର ଦଣ୍ଡସେନା, ନରେଶ ପଧାନ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅରକ୍ଷିତ ମହାନନ୍ଦ ଲକ୍ଷ୍ମଣ ନାଏକ, ଦେବରାଜ ବେହେରା, ସୁଦାମ ସାହୁ, ପ୍ରଶାନ୍ତ ସେଠ, ସାଗର ଜେନା, ଘନଶ୍ୟାମ ମେହେର, କମଳ ମେହେର, ମହନ ମେହେର, ତୁଳସୀ ପ୍ରସାଦ ଦାଶ, ପ୍ରେମଲାଲ ସେଠ, ଚୌବର୍ଗ ଭୋଇ, ନିମାଇ ଥପା, ବିହାରୀ ମାଝୀ ଙ୍କ ସମେତ ଇନ୍ଦିରା ସାହୁ, ନିତା ପଟେଲ , ପଞ୍ଚା ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ମୁକେଶ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।