-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
14-Aug-2023
ମୁରିବାହାଲ(ସୁଦାମ ଚରଣ ବଘାର ): ମୁରିବାହାଲ ସ୍ଥାନୀୟ ପଂଚାୟତ ସମିତି ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ତରଫରୁ ଦେଶ ସ୍ବାଧୀନତା ର ୭୫ ବର୍ଷ ପୁର୍ତି ଅବସରରେ ଏନଏସଏସ ଆନୁକୁଲ୍ୟରେ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟର ଅଧକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ଅଧ୍ଯକ୍ଷତାରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟ ପରିସରରେ ଏକତ୍ରୀତ ହୋଇ ବିଦ୍ଯାଳୟ ଠାରୁ ଦେଶାତ୍ମବୋଧକ ବିଉିନ୍ନ ସ୍ଲୋଗାନ ଦେଇ ଏକ ରେଲି ଯୋଗେ ମୁରିବାହାଲ ପରିକ୍ରମା କରି ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମକୁ ପଂଚାୟତ ସମିତି ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ପ୍ରୋଗ୍ରାମ ଅଫିସର ଅଂଶୁମାନ ଦାସ ସଂଯୋଜନା କରିଥିବା ବେଳେ ବିଦ୍ଯାଳୟ ର ଅଧ୍ଯାପକ ହ୍ରୁଦାନନ୍ଦ ପୁହାଣ, ରାଧେଶ୍ଯାମ ତ୍ରିପାଠୀ, ନରେଶ ସତନାମୀ,ବିକ୍ରମ ତାଣ୍ଡି, ବୈକୁଣ୍ଠ ସାହୁ, ନାରାୟଣ ଭୋଇ, ଅଧ୍ଯାପିକା ଭବାନୀ ପୋଢ, ସ୍ବାଗତିକା ସାହୁ, ପୂଜାରାଣୀ ରଥ, ସ୍ନିଗ୍ଧା ପ୍ରଧାନୀ, ଗ୍ରନ୍ଥ ରକ୍ଷକ ଶାନ୍ତ ରାମ ପଧାନ, ଖେଳ ଶିକ୍ଷକ ରାଧେକ୍ରିଷ୍ଣ ବଘାର ପ୍ରମୁଖ ଉପସ୍ଥିତ ଥିଲେ।