-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
11-Aug-2023
ବଲାଙ୍ଗିର(ପ୍ରେରଣା ଖବର)- ବଲାଙ୍ଗିର ପାଟଣା ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମନ୍ଦିର ନିର୍ମାଣ ପାଇଁ ବହୁ ଦିନରୁ ଦାବି କରି ଆସୁଥିବା ଦେବାଳୟ ସୁରକ୍ଷା କମିଟି ଦାବିକୁ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ୫ଟି ସବିବ ଗସ୍ତ ସମୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଜି ମାଁ ପାଟଣେଶ୍ୱରୀ ମନ୍ଦିର କୁ ଭୁବନେଶ୍ୱର ରୁ ୫ ଜଣିଆ ଟିମ୍ ଆସି ମନ୍ଦିର ନୂତନ ନିର୍ମାଣ ପାଇଁ ନିରିକ୍ଷଣ କରିଥିଲେ । କମିଟିର ସୂଚନା ଅନୁସାରେ ଡିପିଆର ରେ ଯଜ୍ଞ ମଣ୍ଡପ, ମାଁ ଙ୍କ ରୋଷେଇ ଶାଳା, ମାଁ ଙ୍କ ନୂତନ ମନ୍ଦିର, ବତି ଘର ଏବଂ ପାର୍କିଂ ସ୍ଥଳ ସ୍ଥାନ ପାଇବ ବୋଲି ସୂଚନା ପ୍ରଦାନ କରିଛନ୍ତି । ମନ୍ଦିରର ଜାଗା ୬୨ ଡିସିମିଲ ଥିବାରୁ ମନ୍ଦିର ନିର୍ମାଣ ପାଇଁ ଭକ୍ତ ମାନଙ୍କ ପାଇଁ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଏହି ଡିପିଆର ପ୍ରସ୍ତୁତ କରି ପଠାଯାଇଛି । ଦେବାଳୟ ସୁରକ୍ଷା କମିଟିର ମନରଂଜନ ପୁରୋହିତ, ଶମ୍ଭୁ ପ୍ରସାଦ ଶତପଥି, ଆବାହକ ପ୍ରଶାନ୍ତ ମହାକୁର, ଦେବୋତ୍ତର ବିଭାଗର କର୍ମକର୍ତ୍ତା ସହ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ଡିପିଆର ପ୍ରସ୍ତୁତ କରି ଅନୁଦାନ ଅପେକ୍ଷାରେ ଏବେ ମନ୍ଦିର ନିର୍ମାଣ ହେବ ବୋଲି ସୂଚନା ପ୍ରଦାନ କରିଛନ୍ତି ।