-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
11-Aug-2023
ବଲାଙ୍ଗିର(ଦେବାଶିଷ ବହିଦାର) ସ୍ଥାନୀୟ କଲେଜ ଛକ ଶିଶୁ ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଅଙ୍ଗୀରା ସାହୁ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଏହି ମେଳାରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରାୟ ୧୦୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ ବିଜ୍ଞାନ ଶିକ୍ଷୟିତ୍ରୀ ମୌସୁମୀ ନାୟକ, ଶର୍ମିଷ୍ଠା ମିଶ୍ର, ତବସୁମ୍ ଜାହାନ୍ ବେଗମ, ବିଜ୍ଞାନ ଶିକ୍ଷକ ତାରାକାନ୍ତ ମିଶ୍ର, ରବି ନାରାୟଣ ସାହୁ ଓ ଅଜୟ ଦର୍ଜି ଯୋଗ ଦେଇଥିଲେ । ସୁନୀଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଶିକ୍ଷାବିତ୍ ନବୀନ କୁମାର ନାୟକ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ନିଳାଞ୍ଚଳ ଚିରଗୁନ, ଆର୍ତ୍ତତ୍ରାଣ ପାଢୀ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ, ଗୁୁରୁମା, ସେବକ, ସେବିକା ସହଯୋଗ କରିଥିଲେ ।