-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||     

HOME   ରାଜନୀତି

ବଲାଙ୍ଗୀର ଭାଜପାରେ ବିଭେଦ... ସଂଯୁକ୍ତମୋର୍ଚ୍ଚା ବୈଠକ ନାମରେ ରାଜାରାଣୀଙ୍କ ବିରୁଦ୍ଧରେ ପ୍ରଜାମେଳି,ପୁରୁଣା କାର୍ଯ୍ୟକର୍ତ୍ତା ସାମିଲ

24-Jul-2023



ବଲାଙ୍ଗୀର(ପ୍ରେରଣା ଖବର)-ରାଜ୍ୟ ରାଜନୀତିର ଭାଜପାଦଳରେ ବଲାଙ୍ଗୀର ରାଜାରାଣୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । କିନ୍ତୁ ଭାଜପା ନେତ୍ରୀ ତଥା ବଲାଙ୍ଗୀର ସାଂସଦ ସଂଗୀତାକୁମାରୀ ସିଂଦେଓଙ୍କ ବ୍ୟବହାରରେ ଅନେକ ଭାଜପାକର୍ମୀ ଅତିଷ୍ଠ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି । ଶେଷରେ ଭାଜପାରେ ବିଭେଦ ଆରମ୍ଭ ହୋଇଯାଇଛି । ଦଳରେ ଗୋଷ୍ଠୀକନ୍ଦଳ ଝଲଝଲ ଦେଖାଯାଉଛି । ରବିବାର ଦିନ ବଲାଙ୍ଗୀର ଶାନ୍ତିପଡା କଲ୍ୟାଣମଣ୍ଡପଠାରେ ବଲାଙ୍ଗୀର ବିଧାନସଭା କ୍ଷେତ୍ରର ସଂଯୁକ୍ତମୋର୍ଚ୍ଚାର ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗୀର ନିର୍ବାଚନମଣ୍ଡଳୀର ଭାଜପାଦଳର ବିଧାୟକ ପ୍ରାର୍ଥୀ ହୋଇଥିବା ଅନନ୍ତ ଦାସଙ୍କ ସଭାପତିତ୍ୱରେ ବୈଠକ ହୋଇଥିବା ବେଳେ ସଂସଦୀୟ କ୍ଷେତ୍ରରେ ସଂଗଠନ ବଢାଉଥିବା ବଳରାମ ସିଂଯାଦବ(ବଲ୍ଲୁ ଭାଇ) ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ସବୁଠ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବଲାଙ୍ଗୀର ସାଂସଦ ସଂଗୀତାକୁମାରୀ ସିଂଦେଓ ବଲାଙ୍ଗୀରର କାର୍ଯ୍ୟକ୍ରମକୁ ଆସିଲେ ହାତଗଣତି କିଛି କର୍ମୀ ଙ୍କୁ ଛାଡିଦେଲେ ଆଉ କେହି ଯୋଗ ଦେଉନାହାଁନ୍ତି । କିନ୍ତୁ ରବିବାର ହୋଇଥିବା ଏହି ବୈଠକରେ ୩୦୦ରୁ ଅଧିକ କର୍ମୀ ଓ  ନେତା ଯୋଗ ଦେଇଥିଲେ । ଆହୁରି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ସଂଯୁକ୍ତମୋର୍ଚ୍ଚା ବୈଠକରେ ଲାଗିଥିବା ବ୍ୟାନରରେ ଭାଜପାନେତା କନକବର୍ଦ୍ଧନ ସିଂଦେଓ କିମ୍ବା ସଂଗୀତାକୁମାରୀ ସିଂଦେଓଙ୍କ ଫଟୋ ମଧ୍ୟ ନଥିଲା ।

ରାଜ୍ୟସ୍ତରର ସମସ୍ତ ନେତାଙ୍କ ଫଟୋ ଏହି ବ୍ୟାନରରେ ଥିବା ବେଳେ ରାଜାରାଣୀଙ୍କ ଫଟୋନଥିବାରୁ ଏହା ଆଲୋଚନାର ବିଷୟ ଥିଲା । ବଳରାମ ସିଂଯାଦବ (ବଲ୍ଲୁଭାଇ)ଙ୍କ ସମେତ ପ୍ରାୟ ସମସ୍ତନେତା ମୋଦୀ ସରକାର କରିଥିବା ଜନହିତକାରୀ ଯୋଜନା ବିଷୟରେ ଆଲୋଚନା କରି ଏହା ଲୋକଙ୍କ ପାଖକୁ ପହଞ୍ଚାଇବାକୁ ସଂକଳ୍ପ  ନେଇଥିବା ବେଳେ ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓଙ୍କ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରିଥିଲେ । ପ୍ରକାଶ୍ୟ ଯେ,ବଲାଙ୍ଗୀର ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଲୋଇସିଂହାରେ କେବଳ ଡ.ମୁକେଶ ମହାଲିଙ୍ଗ ଭାଜପା ଦଳରୁ ବିଧାୟକ ରହିଛନ୍ତି । କିନ୍ତୁ ମୁକେଶ ମହାଲିଙ୍ଗଙ୍କ ସାଙ୍ଗରେ ମଧ୍ୟ  ସାଂସଦ ଶ୍ରୀମତୀ ସିଂଦେଓଙ୍କର ଭଲ ସମ୍ପର୍କ ନାହିଁ ।  ବୈଠକରେ ଅତିଥି ଭାବରେ ଯୋଗଦେଇଥିବା ସୋନପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ବିଧାନଚନ୍ଦ୍ର ପାଣିଗ୍ରାହୀ ମଧ୍ୟ କନକ ଓ ସଂଗୀତାଙ୍କୁ ଟାର୍ଗେଟ କରି ଉଭୟେ କେବଳ ପାଟଣାଗଡ ରାଜନୀତିରେ ସୀମିତ ରହି ଅନ୍ୟ ନିର୍ବାଚନମଣ୍ଡଳୀର ସଂଗଠନକୁ ଭୁଷୁଡାଇ ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ । କନକ ଓ ସଂଗୀତାଙ୍କ ସ୍ୱାର୍ଥପରତା କାରଣରୁ ଅନେକ କର୍ମୀ ଓ ନେତା ଭାଜପା ଦଳକୁ ମୁହଁ ମୋଡୁଛନ୍ତି ବୋଲି ମଧ୍ୟ କହିଥିଲେ । ଅନନ୍ତ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ରାଜ୍ୟ କାର୍ଯ୍ୟକାରିଣୀର ନିର୍ଦ୍ଦେଶରେ ଆଜିର ଏହି ବୈଠକ ହୋଇଛି ଓ ବଲାଙ୍ଗୀର ବିଧାନସଭା କ୍ଷେତ୍ରର ସବୁ ମଣ୍ଡଳ ସଭାପତି ଓ ମୋର୍ଚ୍ଚା ସଭାପତିମାନେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ରାଜ୍ୟରେ ଥିବା ବିଜୁ ଜନତାଦଳର ସରକାରଙ୍କ ଦୁର୍ନୀତିଗ୍ରସ୍ତ କାମକୁ ପ୍ରତିବାଦ କରିବା ଓ ଭାଜପାଦଳର ସଂଗଠନକୁ ସୃଦୃଢ କରାଯିବା ଉପରେ ସେ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ସଭାରେ ସୋନପୁରର ବିଧାନଚନ୍ଦ୍ର ପାଣିଗ୍ରାହୀ,ବଲାଙ୍ଗୀର ଜିଲ୍ଲାର ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଅନୀଲ ପାଣିଗ୍ରାହୀ,ଦେଓଗାଁ ମଣ୍ଡଳ ସଭାପତି ଗଣେଶ ବାଗ,କୁଡାସିଂହା ମଣ୍ଡଳ ସଭାପତି ଉଗ୍ରସେନ

ପାତ୍ର,ଚୁଡାପାଲି ମଣ୍ଡଳ ସଭାପତି ଗୁଣନିଧି ପଟେଲ,ବନ୍ଧପଡା ମଣ୍ଡଳ ସଭାପତି ଅଶୋକ ସାହୁ,ସାଧାରଣ ସଂପାଦକ ଗୋପିନାଥ କ୍ଷେତି,ସଂଧଯୟାରାଣି ସାଏ,ମାଧବୀ ସୁନା, ସମରେଶ ମିଶ୍ର,ସର୍ଜନ ରାଉତ,ଜୟକୃଷ୍ଣ ସାହୁ,ତରୁଲତା ରଣା,ଅଭି ରଣା,ସୁନିଳ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହା ସହିତ ସୋନପୁର ଜିଲ୍ଲାର ମଧ୍ୟ କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା ଏହି ବୈଠକରେ ସାମିଲ ଥିଲେ । ପ୍ରକାଶ୍ୟ ଯେ,ଉତ୍ତରପ୍ରଦେଶର ମୂଳନୀବାସୀ ବଳରାମସିଂ ଯାଦବ(ବଲ୍ଲୁଭାଇ) ବଲାଙ୍ଗୀର ଜିଲ୍ଲାରେ ଓବିସି ବିକାଶ ପରିଷଦ ଗଠନ କରି ପଛୁଆବର୍ଗଙ୍କ ପାଇଁ ଲଢେଇ କରୁଛନ୍ତି । ବଲାଙ୍ଗୀର -ପାଟଣାହଡ ରୋଡରେ ସଦର ବ୍ଲକ ଅନ୍ତର୍ଗତ ଝାଙ୍କରପାଲିଠାରେ ଘର ଓ ଅଫିସକରି ଲୋକଙ୍କୁ ଭାଜପା ସପକ୍ଷରେ ସଂଗଠିତ କରୁଛନ୍ତି । ସେ ଗତବର୍ଷ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଭାଜପାଦଳରେ ଯୋଦେଇଥିବା ପ୍ରଚାର ହେଲା । କିନ୍ତୁ ବଲାଙ୍ଗୀର ଭାଜପାରେ ବଳରାମ ସିଂ ଯାଦବ ନାମରେ କେହି ନେତା କିମ୍ବା ସଦସ୍ୟ ନଥିବା ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି ଏକ ପ୍ରେସ୍ ରିଲିଜ୍ ଦେଇ ଗଣମାଧ୍ୟମକୁ କହିଥିଲେ । କିନ୍ତୁ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଅନେକଗୁଡିଏ ଭାଜପା ବୈଠକରେ ବଳରାମ ସିଂଯାଦବ ଯୋଗଦେଉଥିବା ଲକ୍ଷ୍ୟ କରାଯାଇଛି । ଏପରିକି ସେ ୭ଟି ଯାକ ନିର୍ବାଚନମଣ୍ଡଳୀରେ ନିଜର କିଛି ସମର୍ଥକଙ୍କ ସହିତ ଘନଘନ ବୈଠକ ମଧ୍ୟ କରୁଛନ୍ତି । ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ସାଂସଦ ସଂଗୀତାଙ୍କ ଉପରେ କର୍ମି ଓ ନେତାଙ୍କ ଅସନ୍ତୋଷ ବଢୁଥିବା ବେଳେ ବଲ୍ଲୁଭାଇଙ୍କ ସଂଗଠନ ବଢିଚାଲିଛି । ଫଳରେ ଆଗକୁ ଭାଜପାର ଏକ ନୂଆ ସମୀକରଣ ହେବାର ସମ୍ଭାବନା ରହିଛି ବୋଲି କର୍ମୀ ମାନେ ଆଲୋଚନା କରୁଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026
  ଜିଲ୍ଲା  
ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   03-Oct-2026
  ଜିଲ୍ଲା  
ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   03-Oct-2026

You Might Also Like