-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
17-Jul-2023
ଆଗଲପୁର, (ବିନୋଦ କୁମାର ଦୀପ) ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବିନ୍ଧାପାଳି ଗ୍ରାମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ବଲାଙ୍ଗିର ର ସ୍ବେଚ୍ଛାସେବୀ ସଂଗଠନ ଏଲାଏନସ୍ ର ନିର୍ଦେଶକ ଶ୍ରୀଯୁକ୍ତ ରୋହିତ ଆବ୍ରାହମ୍ ଓ ସମ୍ପାଦିକା ଭାରତୀ ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ବିନ୍ଧାପାଳି ଗ୍ରାମର ସମାଜସେବୀ ତଥା ଏଲାଏନସ୍ ସ୍ବେଚ୍ଛାସେବୀ ସଂଗଠନ ର ସଦସ୍ୟ ଶ୍ରୀଯୁକ୍ତ ନୀଳାମ୍ବର ସାହୁ ଓ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗ ରେ ବୃକ୍ଷରୋପଣ କରାଯାଇଛି l ଗ୍ରାମର ପୋଖରୀ କୂଳରେ, ରାସ୍ତା ର ଉଭୟ ପାର୍ଶ୍ଵରେ,ଶାନ୍ତି ନିକେତନ ଉଚ୍ଚ ବିଦ୍ୟାଳୟ ପରିସରରେ ଓ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରା ଯାଇଥିଲା l ଏହା ସହିତ ସ୍ବେଚ୍ଛାସେବୀ ସଂଗଠନର ବହୁ ସଦସ୍ୟ ଉପସ୍ଥିତ ହୋଇ କାର୍ଯକ୍ରମ କୁ ଆଗକୁ ନେଇଥିଲେ l ସେମାନେ ହେଲେ ଭାରତୀ ସ୍ୱାଇଁ,ସୁନିଲ କଳାର, ଚତୁର୍ଭୁଜ ଦଳେଇ,ସୁନିଲ ସାହୁ,ଅନିଲ,ଉମେଶ ପ୍ରଭୃତି ବିଶେଷ ସହଯୋଗ କରିଥିଲେ l