-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
17-Jul-2023
ବଲାଙ୍ଗିର (ଦେବାଶିଷ ବହିଦାର ): ରାସ୍ତା କଡରେ ଅଟକି ଥିବା ଟ୍ରକ୍ କୁ ପଛ ପଟୁ ପିଟିଲା ଟ୍ରକ୍ , ଟ୍ରକ୍ ଡ୍ରାଇଭର୍ ଗୁରୁତର l ସୂଚନା ରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ( ଓ ଆର୍ ୨୯ ଏଚ୍ ୭୭୩୭)ଅନଗୁଳ ଜିଲ୍ଲା ତାଲଚେର ରୁ ରାୟଗଡା ଅଭିମୁଖେ ଯାଉଥିଲା l ତେବେ ରାତି ପ୍ରାୟ ୨ଟା
ସମୟରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସାଗର ପାଲି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ୍ କୁ ଏହି କୋଇଲା ବୋଝେଇ ଟ୍ରକ ଟି ଜୋର୍ ରେ ଧକ୍କା ଦେଇଥିଲା l
ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଡ୍ରାଇଭର୍ ଙ୍କ ନାମ ବିଭୀଷଣ ଦେହୁରି (୪୨) ଓ ସେ ବୌଦ୍ଧ ଜିଲ୍ଲା ଭାଲଟି ଗାଁ ର ବୋଲି ଜଣାପଡ଼ିଛି l ଘଟଣାସ୍ଥଳରେ ବଲାଙ୍ଗିର ଅଗ୍ନିସମ ବିଭାଗ ପହଂଚି ଡ୍ରାଇଭର୍ କୁ ଉଦ୍ଧାର କରିବା ସହ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ସର୍ଜରୀ ୱାର୍ଡ଼ ରେ ଭର୍ତ୍ତି କରିଛି l ଡ୍ରାଇଭର୍ ବିଭୀଷଣ ଙ୍କ ଡାହାଣ ଗୋଡ ଛିଣ୍ଡି ଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି l