-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
16-Jul-2023
ବରଗଡ଼:-ନିରନ୍ତର ପ୍ରୟାସ, ନୀରବଛିନ୍ନ ପରିଶ୍ରମ ଆଉ ସୁନେଲି ସ୍ୱପ୍ନର ଭବିଷ୍ୟତ ଗଢିବାର ଆଶା ଆଜି ପ୍ରିୟମ୍ବଦାଙ୍କ ମୁଣ୍ଡରେ ସଫଳତାର ଶିରୋପା ପିନ୍ଧାଇ ଦେଇଛି । ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଲର ସୁଶ୍ରୀ ପ୍ରିୟମ୍ବଦା ଗୋଟିଏ ପରେ ଗୋଟିଏ ସଫଳତାର ଶିଢି ଚଢ଼ିଛନ୍ତି । ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ପାଠ ପଢୁଥିବା ସୁଶ୍ରୀ ପ୍ରିୟମ୍ବଦା ରଥ ୧୬ଟି ବିଷୟରେ ପ୍ରଥମ ବର୍ଷ ରୁ distrinction ରଖୁଥିବା ବେଳେ ଏ ବର୍ଷ ଫାଇନାଲ ଇୟର ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଟପ୍ପର ହୋଇଛନ୍ତି । ବାପା ଆଶୁତୋଷ ରଥ ସଂସ୍କୃତ ଶିକ୍ଷକ ହୋଇଥିବା ବେଳେ ମା ଜଣେ ଗୃହିଣୀ ଅଟନ୍ତି । ଏହା ପୂର୍ବରୁ ପ୍ରିୟମ୍ବଦା ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଲରେ ପଢୁଥିବା ବେଳେ ଦଶମ ଶ୍ରେଣୀରେ ୮୮ ପ୍ରତିଶତ ନମ୍ବର ରଖିଥିଲେ । ପାଠ ପଢାରେ ଅହରହ ବୁଡି ରହୁଥିବା ପ୍ରିୟମ୍ବଦାଙ୍କ ଏହି ସଫଳତା ପାଇଁ ତାଙ୍କ ବାପା ମାଆ ଶିକ୍ଷକ ଓ ଅଞ୍ଚଳବାସୀ ଖୁବ ଗର୍ବିତ ।