-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
16-Jul-2023
ପଦ୍ମପୁର: (ପ୍ରେରଣା ଖବର) ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଶିଶୁ ବାଟିକା ବିଭାଗର ର ମାତୃସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀରେ ସ୍ଥାନୀୟ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ଅତିଥି ପରିଚୟ , ସ୍ୱାଗତ ଭାଷଣ ତଥା ଶୈକ୍ଷିକ ସୂଚନା ପ୍ରଦାନ କରିଥିଲେ । ଶ୍ରୀମତୀ ଚିତ୍ରା ଖର୍ସେଲ ଗୁରୁମା ଶିଶୁ ମାନଙ୍କ ଶୈକ୍ଷିକ ବିକାଶ ଦିଗରେ ମାଆ ମାନଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ ।ଗୀତାଞ୍ଜଳି ଗୁରୁମା କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖା ଶ୍ରୀମତୀ ସୁଜାତା ତ୍ରିପାଠୀ ଗୁରୁମା ସୂଚନା ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ଏକ ପ୍ରଦର୍ଶନୀ ର ବ୍ୟବସ୍ଥା କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ୧୨୫ ଜଣ ମାଆ ଯୋଗଦେଇ ଥିଲେ । ପ୍ରାତଃ ପର୍ଯ୍ୟାୟ ର ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।