-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
14-Jul-2023
ବରଗଡ଼ (ନିରଞ୍ଜନ ତ୍ରିପାଠୀ )
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାପାଳ ଶ୍ରୀମତୀ ମନିଶା ବାନାର୍ଜୀଙ୍କ ପ୍ରରୋଚିତ ବିଜେତା କାର୍ଯ୍ୟକ୍ରମ ଦ୍ଵିତୀୟ ବର୍ଷ ପାଇଁ ଆରମ୍ଭ ହୋଇସାରିଛି । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ ସଭାପତିତ୍ବ କରିଥିବା ବେଳେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମିତ୍ରଭାନୁ କଚ୍ଛପ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ, ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୁଭମ୍ ପତି ଓ ରଜବୋରସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ କାର୍ଯ୍ୟକ୍ରମକୁ ସଫଳମଣ୍ଡିତ କରିଥିଲେ। ସୁରେନ୍ଦ୍ର କୁମାର ଭୋଇ ସଭା ପରିଚାଳନା କରିଥିବା ବେଳେ ଜ୍ୟୋତ୍ସ୍ନା ରାଣୀ ସାହୁ, ଜିବନାନନ୍ଦ ସାହୁ,ମିନତି ଦାସ, ମାନସ ରଞ୍ଜନ ଶତପଥୀ,ରବିନା ପଧାନ,ସଂଯୁକ୍ତା ଭୋଇ, ନିଳୀମା ରାଣୀ ମହାନ୍ତି,ଜ୍ୟୋତି ରେଖା ମହାନନ୍ଦ,ଚକ୍ରଧର ନାୟକ,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର, ସୁଷମା ଦାସ,ଦୁଷ୍ମନ୍ତ ଛତର,ନନ୍ଦିନୀ ବାଗ, କମଳା କୁମ୍ଭାର ଏହି ସଭାରେ ସହାୟତା କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ' ବିଜେତା' କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ପିଲାଙ୍କୁ ନିଜ ଭିତରେ ଥିବା ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଉତ୍ସାହିତ କରିଥିଲେ।ଶେଷରେ କାର୍ଯକାରୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।