-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
14-Jul-2023
ମୁରିବାହାଲ(ସୁଦାମ ଚରଣ ବଘାର ): ମୁରିବାହାଲ କୋର୍ଟ ପରିସରରେ ମୁରିବାହାଲ ଜେଏମଏଫସି କୋର୍ଟ ର ମାଜିଷ୍ଟ୍ରେଟ କିଶୋର କୁମାର ନାଥଙ୍କ ଅଧକ୍ଷତାରେ ମୁରିବାହାଲ କୋର୍ଟ ର ସlର୍ଭର ବିଶ୍ବନାଥ ପରିଡାଙ୍କ ଅକାଳ ବିୟୋଗ ନେଇ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପରିଡା ମୁରିବାହାଲ କୋର୍ଟ ରେ ୨୦୧୯ ମସିହାରୁ ପ୍ରସେସ ସlରଭର ପଦବୀରେ କାମ କରି ଆସୁଥିଲେ। ସୂଚନା ଅନୁସାରେ ଗତକାଲି ରାତ୍ରି ପ୍ରାୟ ୧୦ ଟା ସମୟରେ ହୃଦଘାତ ହେବା ଯୋଗୁଁ ପରିବାର ଲୋକେ ତାଙ୍କ ଗ୍ରାମ ପାଟନାଗଡରୁ ବଲାଙ୍ଗିର ମେଡିକାଲକୁ ନେଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।
ସେ ଜଣେ ମେଲାପୀ ଲୋକ ଥିଲେ। ତାଙ୍କର ବିୟୋଗରେ ମୁରିବାହାଲ କୋର୍ଟ ର କର୍ମଚାରୀ ଓ କାର୍ଯ୍ୟରତ ଆଇନଜୀବୀ ଙ୍କ ମଧ୍ଯରେ ଶୋକର ଛାୟା ଖେଳି ଯାଇଛି। ଏନେଇ ମୁରିବାହାଲ କୋର୍ଟ ପରିସରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁରିବାହାଲ କୋର୍ଟ ର କର୍ମଚାରୀ ଅମିତ କୁମାର, ପ୍ରଦ୍ୟୁମ୍ନ ଚୌଧୁରୀ, ସୁମିତ ପଟ୍ଟନାୟକ, ଭକ୍ତରାମ ଯୁଏଡ, କ୍ଷେତ୍ରମୋହନ ସେଠୀ, ସିଏସ୍ଆଇ ସୁଶୀଲ କୁମାର ମହାପାତ୍ରଙ୍କ ସମେତ ମୁରିବାହାଲ ଓକିଲ ସଂଘର ସଭାପତି ଜୟଦୀପ ପୁରୋହିତ, ଆଇନଜୀବୀ ହୃଷୀକେଶ ଭୋଇ, ଜିତେନ ହାତୀ, ସୁଦାମ ଚରଣ ବଘାର, ପ୍ରଶାନ୍ତ କମ୍ପ, ସରକାରୀ ଓକିଲ ବିଶ୍ବ ନାରାୟଣ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ।