-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ବିସ୍ଥାପିତଙ୍କୁ ଥଇଥାନ ପ୍ରସଙ୍ଗ..ଭୟର ବାତାବରଣରେ ବିସ୍ଥାପିତ ପରିବାର, ବିବାହ ବେଳେ ପ୍ରଶାସନର ବାଇଗଣ ରୂଆ,ଅବ୍ୟବସ୍ଥାରେ ଝାଙ୍କରପାଲି ବିସ୍ଥାପିତ କଲୋନୀ ଟିଣଘରେ ଗଳୁଛିପାଣି,ପୂର୍ବବକେୟା ପାଇଁ ସଂଯୋଗ ହେଉନି ବିଦ୍ୟୁତ

14-Jul-2023



ବଲାଙ୍ଗୀର(ପ୍ରେରଣା ଖବର))-ବଲାଙ୍ଗୀର ଜିଲ୍ଲାର ମାଗୁରବେଢାରେ ନିର୍ମାଣ ଚାଲିଥିବା ଲୋୟରସୁକତେଲ ଜଳସେଚନ ପ୍ରକଲ୍ପକାମ ସରିବା ଉପରେ । ଚଳିତବର୍ଷ ଡେମରେ ପାଣି ଅଟକା ଯାଇସାରିଲାଣି । ଗାଁଗୁଡିକୁ ପାଣିପଶିବ ବୋଲି ଡେମସାଇଟର ଗ୍ରାମଗୁଡିକର ବିସ୍ଥାପିତଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ବିସ୍ଥାପିତଙ୍କୁ ସମସ୍ତ ପ୍ରାପ୍ୟ ନଦେଇ ତାଙ୍କୁ ଗାଁଛାଡିବାକୁ ବାଧ୍ୟ କରି ତାଙ୍କର ଘରେ ଜେସିବି ଲଗାଇ ଘର ଭାଙ୍ଗି ଦିଆଯାଉଛି । ତେବେ ଲୋକମାନେ ପୂର୍ବରୁ ବିସ୍ଥାପନକୁ ବିରୋଧ କରିଆସୁଥିଲେ ହେଁ ପୋଲିସ ଓ ପ୍ରଶାସନର ବଳ ଆଗରେ ମୁଣ୍ଡ ନୁଆଁଇଲେ । ତାଙ୍କର ପ୍ରାପ୍ୟନେଇ ଅନ୍ୟତ୍ର ଯିବାକୁ ହଁ ଭରିଲେ । ହେଲେ ଏବେ ଡେମରେ ପାଣିରଖିଲା ପରେ ପ୍ରଶାସନ ଗ୍ରାମବାସୀଙ୍କୁ ତଡିବା ଆରମ୍ଭ କରିଛି । ନୀୟମ କହୁଛି ବିସ୍ଥାପିତଙ୍କୁ ତାଙ୍କର ଉଚିତ ପ୍ରାପ୍ୟଦେଇ ତାଙ୍କୁ କଲୋନୀରେ ଥଇଥାନ କଲାପରେ ଘର ତଡିବା କଥା । ବିସ୍ଥାପିତ କଲୋନୀ ନିର୍ମାଣ କରାଇ ସେଠାରେ ଅସ୍ଥାୟୀ ଥଇଥାନଗୃହରେ ରଖାଇ ତାଙ୍କର ନିଜସ୍ୱଗୃହ ନିର୍ମାଣ କରାଇବାର ନୀୟମ ରହିଛି । ଯେଉଁ ବିସ୍ଥାପିତ କଲୋନୀରେ ଲୋକଙ୍କୁ ଯାଗା ଦିଆଯିବ ସେଠାରେ ପାନୀୟଜଳ,ବିଦ୍ୟୁତ,ଶିଶୁଙ୍କ ପାଇଁ ଅଙ୍ଗନୱାଡିକେନ୍ଦ୍ର,ସ୍କୁଲଘର,ଏଏନଏମ ସେଣ୍ଟର,କମ୍ୟୁନିଟିସେଣ୍ଟର,ପୂଜାପାଇଁ ମନ୍ଦିର ଇତ୍ୟାଦି ନିର୍ମାଣ କରାଯିବାର ନୀୟମ ରହିଛି ।

କିନ୍ତୁ ପ୍ରଶାସନ ଏବେ ଡେମରେ ପାଣି ରଖିଲାପରେ ଜଙ୍ଗଲତଳେ କେବଳ ମାଟିକୁ ହାଣି ସାମାନ୍ୟ ସମତୁଲକରି ସେଠାରେ ବିସ୍ଥାପିତଙ୍କୁ ଘରନିର୍ମାଣ କରି ରହିବାକୁ କୁହାଯାଉଛି । ପୂର୍ବରୁ ବଲାଙ୍ଗୀର ସଦାଇପାଲି,ଲର୍କିପାଲିରେ ବିସ୍ଥାପିତ କଲୋନୀ ନିର୍ମାଣ କରାଯାଇଥିôବା ବେଳେ ଏବେ ଝାଙ୍କରପାଲି,ଗେଡାବାଞ୍ଜିଛକ,ହର୍ଡାଟାଲ,ଢୁଲୁସର,କୁସମେଲ ଇତ୍ୟାଦି ଅଞ୍ଚଳରେ ବିସ୍ଥାପିତ କଲୋନୀ କରାଯାଉଛି । ବଲାଙ୍ଗୀର-ପାଟଣାଗଡ ରାସ୍ତାକଡେ ଝାଙ୍କରପାଲି ମୌଜାର ଜଙ୍ଗଲତଳେ ଗଡଶଙ୍କରଡୁଙ୍ଗୁରିପାଲିର ବିସ୍ଥାପିତ ପରିବାରଙ୍କୁ ଯାଗା ଦିଆଯାଇଛି । ପ୍ରତ୍ୟେକ ପରିବାରକୁ ୫ଡେସିମିଲ ହିସାବରେ ଜମି ଦିଆଯାଇଛି । ସେମାନେ ପାଇଥିବା ମୁଣ୍ଡପିଚ୍ଛା ସହାୟତା ଅର୍ଥରେ ଏଠାରେ ଗୃହନିର୍ମାଣ କରୁଛନ୍ତି । ଗଡଶଙ୍କର ଡୁଙ୍ଗୁରିପାଲିର ଅନେକ ପରିବାର ଆଜି ପର୍ଯ୍ୟନ୍ତ ଜମି ଓ ଗଛର ଟଙ୍କା ପାଇନାହାଁନ୍ତି । କିନ୍ତୁ ତଥାପି ସେମାନଙ୍କୁ ଘରୁ ଜବରଦସ୍ତ ତଡାଯାଇ ଏଠାରେ ଆଣି ରଖାଯାଇଛି ବୋଲି ଅଭିଯୋଗ ହେଉଛି । ତେବେ ଏଠାରେ ବିସ୍ଥାପିତଙ୍କ ପାଇଁ ପ୍ରଶାସନ ଅସ୍ଥାୟୀ ଟିଣଘର ନିର୍ମାଣ କରାଉଛି । ୧୨ଫୁଟ ଚଉଡା ଓ ୧୪ଫୁଟ ଲମ୍ବର ଏକ ଟିଣଘର କରାଯାଉଛି । ନୀୟମ ରହିଛି ଏହି ଘରପାଇଁ ତଳେ ଦଇଫୁଟର ସବବେସ କରାଯାଇ କଂକ୍ରୀଟଦେଇ ଲୁହାଏଙ୍ଗଲ ଲଗାଯିବ ଓ ଚାରିପଟେ ଟିଣ ଲଗାଯିବ । ଉପରେ ମଧ୍ୟ ଟିଣଆଜବେଷ୍ଟସ ଲଗାଯିବ । କିନ୍ତୁ ଝାଙ୍କରପାଲି ବିସ୍ଥାପିତ କୋଲନୀରେ ଅତିନିମ୍ନମାନର ଘର ନିର୍ମାଣ କରାଯାଉଛି । ସବବେସ ଅତିନମ୍ନମାନର ହେଉଥିବା ସେଠାରେ ରହୁଥିବା ଲୋକ ଅଭିଯୋଗ କରୁଛନ୍ତି । ତଳେ ବାଲିନେଇ କେବଳ ମାଟି ଓ ମୋରମ ଦେଇ ସବବେସ କରାଯାଉଥିବା ବେଳେ ଟିଣଘରୁ ବର୍ଷାରେ ପାଣି ମଧ୍ୟ ଗଳୁଛି ।  ଏହି ବିସ୍ଥାପିତ କଲୋନୀ ମଧ୍ୟଦେଇ ଜଙ୍ଗଲରୁ ଆସିଥିବା ନାଳ ବହିଯାଇଛି । ଗତଦୁଇଦିନ ତଳେ ପ୍ରବଳ ବର୍ଷାରେ ପାଣିଯାଇ ନପାରି ଅନେକ ଅନେକ ଲୋକଙ୍କ ଅସ୍ଥାୟୀଘରକୁ ପାଣି ପଶିଯାଇଥିଲା । ଫଳରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାରେ ରାତି କଟାଇଥିଲେ । ନାଳ ପାଣିକୁ ତଳକୁ ବହିଯିବାର ବ୍ୟବସ୍ଥା କରାଯାଇନଥିବାରୁ ବିସ୍ଥାପିତଙ୍କ ପାଇଁ ଏହା କାଳ ସାଜିଛି । ବିସ୍ଥାପିତ କଲୋନୀକୁ ଗତ ୨୦ଦିନ ହେଲା ଲୋକମାନେ ପରିବାର ଧରି ଆସି ଅସ୍ଥାୟୀ ଘରେ ରହୁଥିବା ବେଳେ ଗତ ଦୁଇଦିନ ତଳେ କଲୋନୀକୁ ବିଦ୍ୟୁତ ସଂଯୋଗ କରାଯାଇଛି । ତେବେ ଏପର୍ଯ୍ୟନ୍ତ କେବଳ ବିଦ୍ୟୁତଖୁଣ୍ଟରେ ବଲ୍ୱ ଲଗାଯାଇଛି କିନ୍ତୁ ଘରକୁ ବିଦ୍ୟୁତ ସଂଯୋଗ କରାଯାଉନାହାଁନ୍ତି । ଜଙ୍ଗଲ କଡେ କଲୋନୀ ରହିଥିବାରୁ ବନ୍ୟଜନ୍ତୁ ଓ ବିଷଧର ସାପଙ୍କ ଭୟ ଥିବା ବେଳେ ପ୍ରଶାସନ ସେହି ସମସ୍ୟାକୁ ଦୃଷ୍ଟି ଦେଉନାହିଁ ।

ତେବେ ଗଡଶଙ୍କର ଡୁଙ୍ଗୁରିପାଲି ଗାଁରେ ଲୋକଙ୍କ ପୂର୍ବରୁ ବହୁତ ପରିମାଣରେ ବିଦ୍ୟୁତବିଲ ବାକିଆଥିବା ଆଳ କରି ଟାଟାକମ୍ପାନୀ ବିସ୍ଥାପିତଙ୍କ ଘରକୁ ବିଦ୍ୟୁତ ସଂଯୋଗ କରୁନାହିଁ । ଆଜି ଆମେ ଏହି କଲୋନୀକୁ ଖବରସଂଗ୍ରହ ପାଇଁ ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଟାଟାକମ୍ପାନୀର କନିଷ୍ଠଯନ୍ତ୍ରୀ ଇଂ.ବଇଭବ ମଧୁକର ପାୱସଙ୍କୁ ପଚାରିବାରୁ ଆମକୁ ନିର୍ଦ୍ଦେଶ ରହିଛି ପୁରୁଣା ବିଲ ପଇଠ ନହେଲେ ବିଦ୍ୟୁତ ସଂଯୋଗ କରାଯିବ ନାହିଁ । ଏନେଇ ଲୋକମାନେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ହେଁ ସେ ମଧ୍ୟ ବହୁତ ଟଙ୍କା ପାଇଛ ପୁରୁଣା ବିଦ୍ୟୁତବିଲ ଦେଇଦିଅ ବୋଲି କହିଥିବା ଲୋକମାନେ ଅଭିଯୋଗ କରିଛନ୍ତି ।  ଗତ ଦୁଇମାସ ହେଲା ଏମାନେ ଚାଉଳ ମଧ୍ୟ ପାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଫଳରେ ପ୍ରଶାସନ ବିସ୍ଥାପିତଙ୍କ ପ୍ରତି ସମ୍ବଦନଶୀଳ ନୁହଁନ୍ତି ବୋଲି ବିସ୍ଥାପିତ କଲୋନୀର ଅଭି ପଧାନ,ଶ୍ରୀମତୀ ସତ ପଧାନ ଓ ଅନ୍ୟମାନେ ଅଭଯୋଗ କରିଛନ୍ତି । ଝାଙ୍କରପାଲି ବିସ୍ଥାପିତ କଲୋନୀରେ ସ୍କୁଲଗୃହ,ଅଙ୍ଗନୱାଡିକେନ୍ଦ୍ର,ଏଏନଏମକେନ୍ଦ୍ର ନିର୍ମାଣ ସହିତ ତୁରନ୍ତ ସମସ୍ତଗୃହକୁ ବିଦ୍ୟୁତସଂଯୋଗକରିବା,ପାନୀୟ ଜଳ ଯୋଗାଣ କରାଇବାକୁ ବିସ୍ଥାପିତମାନେ ଦାବି କରିଛନ୍ତି । ଏହି ସବୁ ଅଭିଯୋଗ ବିଷୟରେ କଲୋନୀ ପରିଦର୍ଶନରେ ଯାଇଥିବା ବଲାଙ୍ଗୀର ଗୋଷ୍ଠୀଉନ୍ନୟନ ଅଧିକାରୀ ଇପ୍ସିତା ପାତ୍ରଙ୍କୁ ପଚାରିବାରୁ ଖାଉଟିକାର୍ଡଗୁଡିକ ଅନଲାଇନରେ ଆବେଦନ କରି ପରିବର୍ତ୍ତନ କଲାପରେ ଚାଉଳ ପାଇବେ ବୋଲି କହିବା ସହିତ ଅନ୍ୟାନ୍ୟ ସମସ୍ୟାଗୁଡିକର ସମାଧାନ କରାଯାଉଛି ବୋଲି କହିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like