-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
13-Jul-2023
ବଲାଙ୍ଗିର (ଦେବାଶିଷ ବହିଦାର ): ବଲାଙ୍ଗୀର ସାର୍କିଟ୍ ହାଉସ୍ ଠାରେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂ ଦେଓଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି, ବଲାଙ୍ଗୀରର ବରିଷ୍ଠ ଭା.ଜ.ପା, ନେତ୍ରୀ ଶ୍ରୀମତୀ ପଙ୍କଜିନୀ ପଣ୍ଡାଙ୍କ ପ୍ରଚେଷ୍ଟାରେ 'ଯୁବ ପ୍ରତାପୀ ସେନା' ର ଯୁବ ସଭାପତି ସାରାଂଶ ସାହୁ ତଥା ତାଙ୍କର
ନେତୃତ୍ଵାଧୀନ ୫୦ ଜଣ ସଦସ୍ୟ ବିଜେପି ରେ ଯୋଗଦାନ କରିଛନ୍ତି । ନିଜେ ଶ୍ରୀମତୀ ସିଂଦେଓ ପ୍ରତ୍ୟେକ ଯୁବକଙ୍କୁ ବିଜେପି ଉତ୍ତରୀୟ କାନ୍ଧରେ ପକାଇ ସ୍ଵାଗତ କରିଛନ୍ତି, ଶ୍ରୀମତୀ ପଣ୍ଡା ତାଙ୍କର ସ୍ଵାଗତ ଭାଷଣରେ କହିଲେ ଯେ "ଆଜିର ଯୁବପିଢୀ ଭାରତୀୟ ଜନତା ପାର୍ଟି ତଥା ମୋଦି ଜୀଙ୍କର ନିତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେପି ରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି, ସାଂସଦ ଶ୍ରୀମତୀ ସିଂଦେଓ ପିଲାମାନଙ୍କୁ ପ୍ରୋତ୍ସାହନ ଦେଇ କହିଲେ ଯେ ପାର୍ଟିକୁ ଆଗକୁ ନେବାକୁ ହେଲେ ତଥା ମୋଦି ଜୀଙ୍କୁ ଆଉଥରେ ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ହେଲେ ଆମକୁ ନିଷ୍ଠାର ସହିତ ଅକ୍ଲାନ୍ତ ପରିଶ୍ରମ କରି ସଙ୍ଗଠନକୁ ମଜବୁତ କରିବାକୁ ପଡ଼ିବ,ଶ୍ରୀମତୀ ପଙ୍କଜିନୀ ପଣ୍ଡାଙ୍କ ଦ୍ଵାରା
ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା ତଥା ଯୁବମୋର୍ଚ୍ଚାର ଧର୍ମେନ୍ଦ୍ର ଅଗ୍ରୱାଲ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଲଳିତ ଶର୍ମା, ସୌଦାମିନୀ ମିଶ୍ର,ସଶ୍ମିତା ବେହେରା, ଗାୟତ୍ରୀ ଦାସ, ଧନମତୀ ସାହୁ ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।