-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
13-Jul-2023
ଦେଓଗାଁ (ଅନ୍ତର୍ଯ୍ୟାମୀ ସାହୁ ): ବଲାଙ୍ଗୀର ଦେଓଗାଁ ବ୍ଲକ ଗାଇବାହଲ୍ ଗ୍ରାମରେ ଏକ ଗଛ ମୂଳେ ଅସହାୟ ମାନସିକ ମହିଳାଙ୍କୁ ଉଦ୍ଧାର କଲେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ । ଅସହାୟ ମାନସିକ ଗ୍ରସ୍ତ ଓ ଚାଲି ନ ପାରୁ ଥିବା ମହିଳା ୪ଦିନ ତଳେ ପ୍ରବଳ ବର୍ଷା ହେବା ଯୋଗୁ କେଉଁ ଆଡୁ ଆସି ବଲାଙ୍ଗୀର ଦେଓଗାଁ ବ୍ଲକ ଗାଇବାହଲ୍ ଗ୍ରାମରେ ଏକ ଗଛ ମୂଳେ ଅସହାୟ ଅବସ୍ଥାରେ ପଡି ରହିଥିବାର ଦେଖି କିଛି
ସହୃଦୟ ବ୍ୟକ୍ତି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଙ୍କୁ ଜଣାଇ ଥିଲେ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ସାଙ୍ଗେ ସାଙ୍ଗେ ଯାଇ ସେବା ରଥ ସାହାଯ୍ୟରେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉତ୍ତମ ଚିକିତ୍ସା କରାଇ ମହିଳା ମେଡିସିନ ୱାର୍ଡ ରେ ରଖାଗଲା । ବଲାଙ୍ଗିର
ସ୍ବେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ଅଜୟ କୁମାର ନାଗ,ରାଜେନ୍ଦ୍ର ପ୍ରସାଦ ସେଠ,ଏମ୍ ଡି ବବୁଲୁ, ବୃଦ୍ଧଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ଉତ୍ତମ ଚିକିତ୍ସା ସୁବିଧା କରାଇଥିଲେ। ମାନବ ସେବା ହିଁ ମାଧବ ସେବାକୁ ଅନୁସରଣ କରି ଯେଉଁ ଯେଉଁ ସହୃଦୟ ବ୍ୟକ୍ତିମାନେ ଏହି ଅଜଣା ବୃଦ୍ଧ ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି ସେମାନଙ୍କୁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ହୃଦୟରୁ ଧନ୍ୟବାଦ ଜ୍ଞାପନ କରାଯାଇଛି l