-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
13-Jul-2023
ବଲାଙ୍ଗିର (ଦେବାଶିଷ ବହିଦାର ): ନିଶାସକ୍ତ ଅବସ୍ଥା ରେ ରେଳୱେ ଫାଟକ କୁ ଧକ୍କା ଦେଲେ ଯୁବକ । ବଲାଙ୍ଗିର ସହର ସୁଦପଡା ଠାରେ ଥିବା ରେଳୱେ ଫାଟକ କୁ ଗତକାଲି ରାତି ରେ ଏକ ଯୁବକ ଧକ୍କା ଦେଇଛନ୍ତି। ଯୁବକ ଜଣକ ଗାନ୍ଧୀନଗର ପଡା ର ସମୀର କୁମାର ମିଶ୍ର ବୋଲି ଜଣାପଡିଛି । ସୂଚନା ଅନୁସାରେ ସମୀର କୌଣସି କାମରେ ଛେଣ୍ଡି ପଦର ଗ୍ରାମକୁ ଯାଇ ବିଳମ୍ବିତ ରାତି ରେ
ଘରକୁ ଫେରୁଥିଲେ । ଏହି ସମୟରେ ସେ ମଦ ପିଇ ନିଶାସକ୍ତ ଅବସ୍ଥା ରେ ଆସୁଥିଲେ । ସୁଦପଡା ଫାଟକ ରେ ସେ ଧକ୍କା ଦେଇ ଏକ ଗଛରେ ପିଟି ହୋଇଥିଲେ । ଗାଡ଼ି ଧକ୍କା ରେ
ଫାଟକ ନଷ୍ଟ ହୋଇଥିଲା । ସମୀର କୁ ନେଇ ରେଳବାଇ ପୁଲିସ ଅଟକ ରଖିଥିବା ଜଣାପଡିଛି । ଫାଟକ ର ମରାମତି କାମ ଜାରି ରହିଛି ।