-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
12-Jul-2023
ବଲାଙ୍ଗିର (ପ୍ରେରଣା ଖବର ): ରାଜ୍ଯ ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଏପରି ଅନେକ ସ୍କୁଲ ଅଛି ଯେଉଁଠାରେ ଶିକ୍ଷକ ଓ ସ୍କୁଲ ଗୃହ ଅଭାବରୁ ଶିକ୍ଷା ସେବା ବିପର୍ଯ୍ୟସ୍ତ ହୋଇପଡିଛି l ଶିକ୍ଷା ବ୍ୟବସ୍ଥାର ଏପରି ରୁଗଣ ଚିତ୍ର ଦେଖିବା ପାଇଁ ଚାଲନ୍ତୁ ଯିବା ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁ l ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉପାନ୍ତ ରାମଚନ୍ଦ୍ରପୁର ଗ୍ରାମ ପଂଚାୟତ ରାମଚନ୍ଦ୍ରପୁର ଗ୍ରାମ ରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଓ ଶ୍ରେଣୀ କୋଠରୀ ଅଭାବ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l ଏ ନେଇ ଗ୍ରାମବାସୀ ଓ ଅଭିଭାବକ ମାନେ ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ଯ ଅବସ୍ଥାରେ ପରିବର୍ତ୍ତନ ହୋଇ ନାହିଁ l ଆବଶ୍ୟକୀୟ ଶିକ୍ଷା ସେବାରୁ ବଞ୍ଚିତ ଗ୍ରାମବାସୀ ଶେଷରେ ବିଦ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ ଥିଲେ l ଗ୍ରାମ ର ରାଜେନ୍ଦ୍ର ସାଣ୍ଡ, ୱାର୍ଡ ସଭ୍ୟ ବାସୁଦେବ ବାଗ, ଭି. ଇ .ସି ସଭାପତି ଶ୍ରୀମତୀ ସୀତା ଜୁଏଡ଼, ରାମଚନ୍ଦ୍ରପୁର ସରପଞ୍ଚ ଶ୍ରୀମତୀ ପଦ୍ମିନୀ ମିଶ୍ର ଙ୍କ ସମେତ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ରେ ସ୍କୁଲରେ ଦୁଇ ଘଣ୍ଟା ଧରି ତାଲା ପକାଇ ଦିଆଯାଇଥିଲା l ପରେ ଦେଓଗାଁ ବିଇଓ ଆସି ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ପରେ ଲୋକେ ଆନ୍ଦୋଳନରୁ ଓହରି ଥିଲେ