-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
12-Jul-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କାଦୋଦର ସ୍ଥିତ ମା ଉମାଦେବୀ ଆଞ୍ଚଳିକ କଲେଜ ଠାରେ ଯୁବ ରେଡକ୍ରସ ତରଫରୁ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଅଧ୍ୟାପକ ତଥା ଯୁବ ରେଡକ୍ରସ କାଉନସେଲର ଉଦ୍ଧବ ପଧାନ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ବଲ୍ଲଭ ପୁରୋହିତ ମୁଖ୍ୟ ଅତିଥି ଭାବରେ ଏବଂ ଅଧ୍ୟାପକ ନିତ୍ୟାନନ୍ଦ ମିଶ୍ର,ସୁଶାନ୍ତ ଦେହୁରୀ, ବାଳମକୁନ୍ଦ ବାରିକ, ନିତ୍ୟାନନ୍ଦ ମିଶ୍ର , ଅଧ୍ୟାପିକା ସାଧନା ମେଣ୍ଡିଲି, ରଂଜିତା ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣ ର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ l ଏହି ଅବସର ରେ କଲେଜ ପରିସର ରେ , ନିମ୍ବ, ଆମ୍ବ,ଜାମୁ,ପଣସ, ଅଁଳା ଆଦି ଚାରା ରୋପଣ କରା ଯାଇଥିଲା. ଆଶିଷ କୁମାର ଦେହୁରୀ,ଶମ୍ଭୁ ପ୍ରସାଦ ଭୋଇ, ନରୋତ୍ତମ କର୍ମୀ, ଯୋଗୀନ୍ଦ୍ର ପଧାନ, ସୁଶାନ୍ତ ମିଶ୍ର, ବାଦଲ ଦେହୁରୀ ଓ କଲେଜ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ ।