-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
12-Jul-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ଶ୍ୟାମସୁନ୍ଦର କୁଞ୍ଜକୁଟିର (ବରାହପଦର) ମଠ ପରିସରରେ ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ ପକ୍ଷରୁ 'ଆସ ଆମେ ମିଶି ଗଛ ଲଗାଇବା'କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମ୍ମୁଖ୍ୟ ର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ମାନସ ମହାକୁରଙ୍କର ସଂଯୋଜନା ରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବନାଞ୍ଚଳ ଅଧିକାରୀ ଅବିନାଶ ବରିହା , ଫରେଷ୍ଟର ଦିନବନ୍ଧୁ ଗଡୁଆ, ମଠାଧୀଶ ନୃତ୍ୟ ଗୋପାଳ ଦାସ, ମାହେଶ୍ୱରୀ ସେନା ସଦସ୍ୟ ବିକାଶ ମହାକୁର, ସୁଧାଂଶୁ କର୍ଣ୍ଣ, ସମାଜସେବୀ ସୁଲୋଚନା ହୋତା, ମହିଳା ସ୍ଵୟଂସହାୟକ ଗୋଷ୍ଠୀ ର ସଦସ୍ୟା ଗଣ, ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମୀ, ଜଙ୍ଗଲ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହିତ ,ଗଛ ଆମ ଜୀବନ,ଗଛ ବଞ୍ଚିଲେ ଆମେ ବଞ୍ଚିବୁ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ସାମ୍ମୁଖ୍ୟ ଏଭଳି କାର୍ଯ୍ୟକ୍ରମକୁ ଅତିଥି ମାନେ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସହଯୋଗ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ। ମଠ ର ବିଭିନ୍ନ ପାର୍ଶ୍ଵରେ ବହୁ ସଂଖ୍ୟକ ବୃକ୍ଷ ରୋପଣ କରାଯାଇଥିଲା।