-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||     

HOME   ରାଜନୀତି

ନରସିଂହଙ୍କ ପ୍ରେସ ବିବୃତ୍ତି - ବୁଡି ଅଂଚଳରେ ପ୍ରଶାସନ ମାନବ ଅଧିକାର ଉଲ୍ଲଂଘନ ନକରୁ- ନରସିଂହ (ବିଜୁଳି ଓ ପାଣି ପାଇବା ଲୋକଙ୍କ ମୌଳିକ ଅଧିକାର, ସେଥିରୁ ବଞ୍ଚିତ କରା ନ ଯାଉ) 

01-Jul-2023



ବଲାଙ୍ଗିର(ପ୍ରେରଣା ଖବର) ବଲାଙ୍ଗିରର ଜୀବନରେଖା କୁହା ଯାଉଥିବା ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ଅନେକ ସପକ୍ଷବାଦୀ ଓ ବିପକ୍ଷବାଦୀ ଆନ୍ଦୋଳନ ଘଟି ଯାଇଛି । ଏଥିପାଇଁ ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରକାର ତ୍ୟାଗ କରିବାକୁ ପଡିଛି । କିଏ  ଭିଟାମାଟି ଛାଡିଛି ତ କିଏ ପ୍ରକଳ୍ପକୁ ସମର୍ଥନ କରି ଅତୀତରେ ଜନ ସମର୍ଥନ ହରେଇଛି । ସରକାରଙ୍କ ସହ ଲଢେଇ କରି ଗାଁଗଣ୍ଡାରେ ଲୋକମାନଙ୍କୁ ବୁଝେଇ ବିଶେଷ କରି ପ୍ରକଳ୍ପ ବିପକ୍ଷରେ ଥିବା ଗଡଶଙ୍କର ଡୁଙ୍ଗୁରିପାଲି ଓ ଖୁଣ୍ଟପାଲି ଲୋକେ ଯେତେବେଳେ ଲୋକେ ପ୍ରକଳ୍ପ ସପକ୍ଷରେ ବିସ୍ଥାପିତ ହୋଇବାକୁ ରାଜି ହୋଇଛନ୍ତି ସେତିକି ବେଳେ  ପ୍ରଶାସନ ମଧ୍ୟ ସେମାନଙ୍କ ପ୍ରତି ଉଦାର ହେବା ଦରକାର । ବିସ୍ଥାପିତ ହେବା ପାଇଁ ରାଜି ହୋଇଥିବା ଲୋକଙ୍କୁ ଜୋର ଜବରଦସ୍ତ ସେଠାରୁ ହଟେଇ  ସେମାନଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ ନକରିବା ଦରକାର । ଏପରି ହେଲେ ଏହା ପ୍ରଶାସନ ଦ୍ୱାରା ମାନବ ଅଧିକାରର ଖୋଲାଖୋଲି ଉଲ୍ଲଂଘନ ହେଉଛି ବୋଲି ଧାରାଯିବ ବୋଲି ଆଜି ବୁଡି ଅଂଚଳ ଗଡଶଙ୍କର ଡୁଙ୍ଗୁରିପାଲି, ଖୁଣ୍ଟପାଲି ଅଂଚଳରୁ ଲୋକଙ୍କୁ ଜବରଦସ୍ତ ଉଠାଇବା ପାଇଁ ପ୍ରଶାସନ ପକ୍ଷରୁ ବିଜୁଳି ଓ ପାଣି ସଂଯୋଗ କାଟି ଦେଇଥିବା ପରିପେକ୍ଷୀରେ ପ୍ରେସ ବିବୃତ୍ତି ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ସେଠାରେ ସଂପୁର୍ଣ୍ଣ ବିସ୍ଥାପିତ ହେବା ପାଇଁ ଲୋକେ ଆଜି ବି ତାଙ୍କର ଉପଯୁକ୍ତ ପ୍ରାପ୍ୟ ପାଇଁ ଅପେକ୍ଷା କରିଛନ୍ତି । ଏପରିକି ପ୍ରଶାସନ ଦ୍ୱାରା ତିଆରି ହୋଇଥିବା ଅସ୍ଥାୟୀ ବିସ୍ଥାପନ କୋଲୋନୀ ଲୋକେ ରହିବୋ ପାଇଁ ପର୍ଯ୍ୟାପ୍ତ ତଥା ଉପଯୁକ୍ତ ନୁହେଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି । ତେଣୁ ସେମାନଙ୍କୁ  ପ୍ରଶାସନ ଧମକ ଚମକ ଦେଇ ନିଜ ଅଂଚଳରୁ ହଟେଇବା  ସ୍ପଷ୍ଟ ଭାବେ ମାନବ ଅଧିକାର ର ଉଲ୍ଲ୍‌ଂଘନ ହେବ । ବିଜୁଳି ଓ ପାନୀୟ ଜଳ ପାଇବା ଲୋକଙ୍କ ମୌଳିକ ଅଧିକାର । ଯେ ପର୍ଯ୍ୟନ୍ତ ସେମାନଙ୍କୁ ସଂପୁର୍ଣ୍ଣ କ୍ଷତିପୁରଣ ପ୍ରଦାନ କରା ନଯାଇଛି ସେମାନଙ୍କୁ ତାଙ୍କର ମୌଳିକ  ଅଧିକାରରୁ ବଞ୍ଚିତ କରା ନଯାଉ । ଏ ଦିଗରେ ପ୍ରଶାସନ ସମ୍ବେଦନଶୀଳ ହେବା ସହ ଉଦାର ମନୋଭାବ ପୋଷଣ କରନ୍ତୁ ବୋଲି ଶ୍ରୀ ମିଶ୍ର ତାଙ୍କର ପ୍ରେସ ବିବୃତ୍ତି ମାଧ୍ୟମରେ କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ, ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ଭିତରକୁ ପ୍ରଥମ ବର୍ଷାଜଳ ଏବର୍ଷ ପ୍ରବେଶ କରିଥିବାରୁ ପ୍ରଶାସନ ତରଫରୁ ପରକଳ୍ପର ତଳ ମୁଣ୍ଡରେ ଥିବା ଗ୍ରାମବାସୀମାନଙ୍କୁ  ନଦୀ ଭିତରକୁ ନଯିବl ପାଇଁ ସଚେତନ କରିବା ସହ ବୁଡି ଅଂଚଳରେ ଲୋକମାନଙ୍କୁ ଜୋର୍ ଜବରଦସ୍ତ ବିସ୍ଥାପିତ ହେବା ପାଇଁ ବାଧ୍ୟ କରାଯାଉଥିବାର ଖବର ବିଭିନ୍ନ ଗଣମାଧ୍ୟମ ଦ୍ୱାରା ସାଧାରଣ ଜନତାମାନଙ୍କ ପକ୍ଷରୁ ଅଭିଯୋଗ ଆସୁଛି । ଯାହାକି ମାନବ ଅଧିକାରର ଉଲ୍ଲଂଘନ ବୋଲି ଚର୍ଚ୍ଚା ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026

You Might Also Like