-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||     

HOME   ଜିଲ୍ଲା

ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଦେଓଗାଁ  ଠାରେ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶିତଳୀକରଣ ପ୍ଳାଣ୍ଟ ର ଶୁଭ ଉଦଘାଟନ

22-Jun-2023



ଦେଓଗାଁ : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦ ଙ୍କ ଦ୍ଵାରା ଦେଓଗାଁ  ଠାରେ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶିତଳୀକରଣ ପ୍ଳାଣ୍ଟ ର ଶୁଭ ଉଦଘାଟନ । 
ବଲାଙ୍ଗିର ୨୨ /୦୬  ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦ ଶ୍ରୀଯୁକ୍ତ ଅସିତ କୁମାର  ତ୍ରିପାଠୀ ଙ୍କ ଦ୍ଵାରା ଦେଓଗାଁ  ସ୍ଥିତ ପ୍ରାଣୀ ସମ୍ପଦ ଚିକିତ୍ସା କେନ୍ଦ୍ର ପରିସରରେ  ପଶ୍ଚିମ ଓଡିଶା

ବିକାଶ ପରିଷଦ ପାଣ୍ଠି ରୁ ନିର୍ମିତ ଗୋ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶିତଳୀକରଣ ପ୍ଳାଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ଦୁଗ୍ଧ ଚାଷୀ ସଚେତନତା କାର୍ଯ୍ୟକ୍ରମରେ ଉଦବୋଧନ ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦ ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲେ ଯେ ଅଞ୍ଚଳର ଚାଷୀ ମାନେ ଯେପରି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ କରୁଛନ୍ତି ଏବଂ ଏହାର ସୁଯୋଗ ନେବା ସହ ଚାଷୀମାନେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଦେଓଗାଁ  ଠାରେ ଏହି ଦୁଗ୍ଧ ଶିତଳୀକରଣ ପ୍ଳାଣ୍ଟ ପ୍ରତିଷ୍ଠା ହେବା ଦ୍ଵାରା ଅଞ୍ଚଳ ର ଚାଷୀ ମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ଓ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ପ୍ରକାଶ କରିଥିଲେ । ଚାଷୀ ମାନେ ଉତ୍ସାହିତ ହେଲେ ସରକାର ସମସ୍ତ ପ୍ରକାର ଆନୁସାଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବେ । ଦୁଗ୍ଧ ଚାଷ ପ୍ରତି ଚାଷୀମାନେ ଆକୃଷ୍ଟ ହେଲେ ସେମାନଙ୍କର ଆୟବୃଦ୍ଧି ସହ ଜୀବନ ଜୀବିକା ର ମାନ ଉନ୍ନତ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଦୁଗ୍ଧ ବ୍ୟବସାୟ ଗୋଟିଏ ଭଲ ବ୍ୟବସାୟ ଏବଂ ଜିଲ୍ଲାରେ ଦିନକୁ ଦିନ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଉଛି ଏଥିସକାଶେ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ବଜାରର ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରକାଶ କରିବା ସହ ବଲାଙ୍ଗିର ଜିଲ୍ଲାରେ ଓମଫେଡ଼ ପକ୍ଷରୁ ଏକ ଶୀତଳିକରଣ ପ୍ଳାଣ୍ଟ ପ୍ରତିଷ୍ଠା ନିମନ୍ତେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ସଚେତନତା ସଭାରେ ଜିଲ୍ଲାପାଳ ଚଞ୍ଚଳ ରାଣା ଦୁଗ୍ଧ ଚାଷୀ ମାନଙ୍କ ଉଦ୍ୟମ ଓ ସହଯୋଗ ଦ୍ଵାରା ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସହାୟତା ଯୋଗାଇଦିଆଯାଉଛି ବୋଲି ପ୍ରକାଶ କରିବା ସହ ଗୋପାଳନ ଦ୍ଵାରା ଚାଷୀ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିପାରିବା ବୋଲି ପ୍ରକାଶ କରିଥିଲେ । ଚାଷୀ ମାନେ ବିଭିନ୍ନ ଯୋଜନା ଗୁଡିକର ସୁଯୋଗ ନେବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ର ସୁଯୋଗ ନେଇ ଦୁଗ୍ଧ ଜାତୀୟ ଦ୍ରବ୍ୟ ପ୍ରସ୍ତୁତ କରି ବ୍ୟବସାୟ କରିପାରିବେ ବୋଲି ସେ ପ୍ରକାଶ କରିବା ସହ ମହିଳା ମାନେ ମଧ୍ୟ  ଗୋପାଳନ କ୍ଷେତ୍ରରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ । ସଚେତନତା ସଭାରେ ଓମଫେଡ ର ସଭାପତି କିଶୋର ଚନ୍ଦ୍ର ପଧାନି ଯୋଗଦେଇ ଦୁଗ୍ଧ ଚାଷୀ ମାନଙ୍କ ଉନ୍ନତି ନିମନ୍ତେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।   ସଚେତନତା ସଭାରେ ବଲାଙ୍ଗିର ,କଳାହାଣ୍ଡି ,ନୂଆପଡା ଆଞ୍ଚଳିକ ଦୁଗ୍ଧ ଉତ୍ପାଦନ ସମବାୟ ସଂଘ ର ସଭାପତି ସୀମା ପଟେଲ ଦୁଗ୍ଧ ଚାଷ କୁ ଆହୁରି କ୍ରିୟାଶୀଳ କରିବା ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ । ବଲାଙ୍ଗିର ,କଳାହାଣ୍ଡି ,ନୂଆପଡା ଆଞ୍ଚଳିକ ଦୁଗ୍ଧ ଉତ୍ପାଦନ ସମବାୟ ସଂଘ ର ସାଧାରଣ ପରିଚାଳକ ଡ଼ ରଜନୀକାନ୍ତ ପଣ୍ଡା ବଲାଙ୍ଗିର ଜିଲ୍ଲାରେ ଦୁଗ୍ଧ ଚାଷ ର ସ୍ଥିତି ଓ ଚାଷୀମାନଙ୍କ ଉନ୍ନତି ନିମନ୍ତେ ସଂଘ ତରଫରୁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ଏହି ସଭାରେ ଦୁଗ୍ଧ ଚାଷୀ କହ୍ନେଇ ଥାନାପତି ,ସୂର୍ଯ୍ୟକାନ୍ତି ରାଉତ ଓ ଯାଜ୍ଞସେନୀ ସାହୁ ଙ୍କୁ  ଅତିଥି ମାନେ ଦୁଗ୍ଧ କ୍ୟାନ ବଣ୍ଟନ କରିଥିଲେ । ସଚେତନତା ସଭାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଅଜିତ କୁମାର ମିଶ୍ର ଉପସ୍ଥିତ

ଥିଲେ ।  ସଭା ଶେଷରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ ସନ୍ତୋଷ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଗାଁ ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଦୟାନିଧି ଖମାରି ଙ୍କ ସମେତ ପଞ୍ଚାୟତ ରାଜ ଅନୁଷ୍ଠାନ ର ପ୍ରତିନିଧି, ବଲାଙ୍ଗିର ,କଳାହାଣ୍ଡି ,ନୂଆପଡା ଆଞ୍ଚଳିକ ଦୁଗ୍ଧ ଉତ୍ପାଦନ ସମବାୟ ସଂଘ ର କର୍ମକର୍ତ୍ତା  ଓ ଅଞ୍ଚଳର ଦୁଗ୍ଧ ଚାଷୀ ମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026

You Might Also Like