-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
20-Jun-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଆଜି ସୋନପୁର ପ୍ରତୀକ କଲ୍ୟାଣ ମଣ୍ଡପ ଠାରେ ଡଃ ଅଭିଷେକ ମିଶ୍ରଙ୍କ ଜନ୍ମ ଦିନ ଉପଲକ୍ଷେ ଡଃ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସ୍ମୃତି ସଭା ସହିତ ଏକ ଟ୍ରଷ୍ଟ ପ୍ରତିଷ୍ଠାର ଶୁଭାରମ୍ଭ କରାଯାଇଥିଲା l ପ୍ରଫେସର କେଦାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଆଇନ ବିଭାଗ ପ୍ରଫେସର ଡ଼. ସୁକାନ୍ତ କୁମାର ନନ୍ଦ, ମୁଖ୍ୟ ବକ୍ତା ଦେବାଶିଷ ପଧାନ, ଟ୍ରଷ୍ଟ ସମ୍ପାଦକ ଗୌରୀଶ୍ୟାମ ପଣ୍ଡା, ଯୋଗ ଦେଇ ଡଃ ଶ୍ରୀ ମିଶ୍ରଙ୍କ ୩୨ବର୍ଷ ବୟସରେ ଡକ୍ଟରେଟ ଏବଂ ଭୁବନେଶ୍ୱର ସ୍ଥିତ ନବକୃଷ୍ଣ ଚୌଧୀରି ଗବେଷଣାl କେନ୍ଦ୍ର ରେ ପୋଷ୍ଟ ଡକ୍ଟରେଟ କରୁଥିବା ବିଷୟ ଓ ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ସ୍ମୃତିଚାରଣ କରିଥିଲେ l ବର୍ତମାନ କାର୍ଯ୍ୟକ୍ଷମ ଥିବା ଭାରତ ଓ ଓଡିଶା ସରକାରଙ୍କ ମିଲେଟ ମିଶନ ରେ ସୋନପୁରର √ ଡଃ ଅଭିଷେକ ମିଶ୍ରଙ୍କ ଉଲ୍ଲେଖନୀୟ ଅବଦାନ ଓ ପ୍ରଭାବ ଥିବା ବିଷୟ ଅତିଥି ମାନେ ମତ ରଖିଥିଲେ l ଏବଂ ଡଃ ମିଶ୍ର ଙ୍କ ଗବେଷଣାକୁ ୬୯ଗୋଟି ଦେଶ ଗ୍ରହଣ କରିଥିବା ପ୍ରକାଶ ପାଇଥିବା ବେଳେ ଆଗାମୀ ଦିନ ରେ ଏହି ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ମାନ ଓ ଉତ୍ସାହ କରାଯିବ ବୋଲି ଟ୍ରଷ୍ଟ ସଂଯୋଜକ ପ୍ରଦୀପ ପୁରୋହିତ ଙ୍କ ଠାରୁ ସୂଚନା ମିଳିଛି l କାର୍ଯ୍ୟକ୍ରମ ରେ ସ୍ବର୍ଗତ ମିଶ୍ରଙ୍କ ପିତା ଆଇନଜୀବୀ ରାଜକିଶୋର ମିଶ୍ର, ବଡ଼ ଭାଇ ହାଇକୋର୍ଟ ଆଇନଜିଵୀ ଅଭିଳାଷ ମିଶ୍ର, ଆତ୍ମୀୟ ସ୍ୱଜନ ଓ ସହର ର ବହୁ ବୁଦ୍ଧିଜୀବୀ, ଆଇନଜୀବୀ ଯୋଗ ଦେଇଥିଲେ l