-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
15-Jun-2023
ବଲାଙ୍ଗୀର(ଦେବାଶିଷ ବହିଦାର ): ଅଘୋଷିତ ବିଦ୍ୟୁତ କାଟ କୁ ନେଇ ଆଜି ବିଜେପି ପକ୍ଷରୁ ପେଲେସ ଲାଇନ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେରେ ଧାରଣା ଦିଆଯାଇଥିଲା l ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେବା, କିଛି କରଣ ନ ଥାଇ ୩୩ କେଭି ଖରାପ ଅଛି କହି ବିଦ୍ୟୁତ କାଟିବା, ଟାଟା ପାୱାର ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ପୂରଣ କରିବା, ସେବା ନ ଯୋଗାଇ ବିଦ୍ୟୁତ ଶୁଳ୍କ ବୃଦ୍ଧି କରି ଉପଭୋକ୍ତାଙ୍କୁ ଶୋଷଣ ଆଦି ଅଭିଯୋଗ କରି ଏହାର ପ୍ରତିବାଦ ରେ ବିଜେପି ପକ୍ଷରୁ ଧାରଣା ଦିଆ ଯାଇଥିଲା I ଏହି ବିକ୍ଷୋଭ ସଭାରେ ଶଶୀ ପୁରୋହିତ, ପ୍ରଭାସ ପାଣିଗ୍ରାହୀ, ଗୋପାଲଜୀ ପାଣିଗ୍ରାହୀ, ଶିବଦତ୍ତ ମିଶ୍ର, ପଙ୍କଜିନୀ ପଣ୍ଡା, ପିତାମ୍ବର ଖମାରୀ, ଚିତ୍ତ ମିଶ୍ର, ଦୀନେଶ ଶର୍ମା, ହରିଶଙ୍କର ଛତ୍ରିଆ, ପ୍ରଦୀପ ସାହୁ, ରଞ୍ଜିତା ପାଣିଗ୍ରାହୀ, ଅନୁସୟା ବେଜ,
ବନଶ୍ରୀ ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ସୌଦାମିନୀ ମିଶ୍ର, ଗାୟତ୍ରୀ ଦାସ, ନରେଶ ଅଗ୍ରୱାଲ, ପୁରୁଷତ୍ତମ ସାହୁ, ଦଶମୁ ସୁନା, ସନ୍ତୋଷ ପ୍ରଧାନୀ, ଅଭି ବୁଡ଼େକ, ମଧୁ ପଣ୍ଡା, ସାନନ୍ଦ କାଲସାଏ, ଧର୍ମେନ୍ଦ୍ର ଅଗ୍ରୱାଲ, ଜୟକୃଷ୍ଣ ସାହୁ, ରାଧେଶ୍ୟାମ ସାହୁ, ନୀଳମଣି ସେଠ, ଶ୍ୟାମ ଗୁରୁ ଦିଲୀପ ପଟ୍ଟନାୟକ, ଗଜେନ୍ଦ୍ର ଦଳାଇ ସମେତ ଶତାଧିକ ବିଜେପି କାର୍ଯ୍ୟକତ୍ତା ଉପସ୍ଥିତ ଥିଲେ l ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦିଆନଗଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି l