-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
13-Jun-2023
ଟିଟିଲାଗଡ଼, (ପ୍ରେରଣା ଖବର) ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଚାଣ୍ଟିପଲା ଗ୍ରାମରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗ୍ରୀଷ୍ମ ଅବକାଶରେ ବିଦ୍ୟାଳୟ ଛୁଟି ଥିବାରୁ ଛାତ୍ରଛାତ୍ରୀ ମାନେ ପାଠପଢାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କୁ ପାଠାଗାରର ପ୍ରତିଷ୍ଠାତା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବୃନ୍ଦାବନ କୁମ୍ଭାର ମାଗଣାରେ ଶିକ୍ଷା ପ୍ରଦାନ କରୁଥିଲେ।ବର୍ତ୍ତମାନ ବିଦ୍ୟାଳୟ ଖୋଲିବା ସମୟ ପାଖେଇ ଆସୁଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରିବା ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ ଏବଂ କୃତି ପ୍ରତିଯୋଗୀମାନେ ପୁରସ୍କୃତ ହୋଇଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଗ୍ରାମବାସୀ ତଥା ଗ୍ରାମର ଶିକ୍ଷିତ ଯୁବକ ମାନେ ସହଯୋଗ କରିଥିଲେ ଏବଂ ଏଭଳି ସହଯୋଗ ମିଳିଲେ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ମଧ୍ୟ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ ବୋଲି ଶ୍ରୀ କୁମ୍ଭାର ମତ ପ୍ରକାଶ କରିଥିଲେ।