-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
13-Jun-2023
ପାଟଣାଗଡ : ଗଛ କଟା କଟର୍ ସଂସ୍ପର୍ଶରେ ଆସି ଯୁବକ ଗୁରୁତର , ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ମାଲିବାହାଲ ଗାଁ ରେ l ସୂଚନାରୁ ପ୍ରକାଶ ଯେ , ଏହି ଗାଁ ର ରତନ ମାଝୀ ଗାଁ ରେ ହେଉଥିବା ନlମଜଜ୍ଞ ପାଇଁ ଗଛ କାଟିବାକୁ ଯାଇଥିଲେ l ଗଛ ଉପରକୁ ଚଢି କଟର୍ ସାହାଯ୍ୟରେ ଗଛ କାଟୁଥିବା ସମୟରେ ଦୁର୍ଭାଗ୍ୟବଶତଃ ତାଙ୍କ ଦୁଇ ଗୋଡ କଟର୍ ସଂସ୍ପର୍ଶରେ ଆସି ଯାଇ ଥିଲା l ରକ୍ତାକ୍ତ ଅବସ୍ଥାରେ ରତନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲ ରେ ଭର୍ତି କରାଯାଇଥିଲା l ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ସର୍ଜରୀ ୱାର୍ଡ଼ ରେ ଭର୍ତି କରାଯାଇଛି l