-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
12-Jun-2023
ସୁବର୍ଣ୍ଣପୁର - (ମନୋରଞ୍ଜନ ତ୍ରିପାଠୀ )
ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହାନଦୀ ଧାରା ଯୁକ୍ତଦୁଇ କଳା ର ରିଜଲ୍ଟ କୁ ନେଇ ପୁନଶ୍ଚ ଗୈାରବ ଆଣିଛି। ଗତ ପାଞ୍ଚ ବର୍ଷ ଧରି ଏହି ଅନୁଷ୍ଠାନ ର ଛାତ୍ରଛାତ୍ରୀ ସର୍ବୋତ୍ତମ ସଫଳତା ଦେଇ ଆସୁଥିବାବେଳେ ଚଳିତ ବର୍ଷ ମଧ୍ୟ ଏହି ଅନୁଷ୍ଠାନର ୪୯ ଜଣ ଛାତ୍ରଛାତ୍ରୀ ଉଚ୍ଚ ମାର୍କ ସହ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇ ଏକ ରେକର୍ଡ ସୃଷ୍ଟି କରିଛି। ଏହି ସଫଳତା ଜିଲ୍ଲାର ଶିକ୍ଷାନୁଷ୍ଠାନ ପାଇଁ ଏକ ସର୍ବାଧିକ ପ୍ରଥମ ଶ୍ରେଣୀ ପାଇଥିବା ଅନୁଷ୍ଠାନ ଭାବରେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଏବଂ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକାଙ୍କ ପ୍ରଚେଷ୍ଟା ତଥା ପ୍ରତିଷ୍ଠାତା ପ୍ଲାବନ ମହାପାତ୍ର ଙ୍କ କ୍ରମାଗତ ଉଦ୍ୟମ ଯୋଗୁଁ ଅନୁଷ୍ଠାନ ଏପରି ସଫଳତାର ପାଇପାରିଥିବା ଅଭିଭାବକ ମହଲରେ ମତପ୍ରକାଶ ପାଇଛି। ଚଳିତ ବର୍ଷ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମହାନଦୀଧାରା ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରାଯାଇଛି ।