-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
24-Apr-2023
ବଲାଙ୍ଗିର (ଦେବାଶିଷ ବହିଦାର ): ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକ ଙ୍କୁ ଛୁରୀ ରେ ମରଣାନ୍ତକ ଆକ୍ରମଣ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅର୍ନ୍ତଗତ ବନ୍ଧପଡା ଫାଣ୍ଡି ସ୍ଥିତ ଲଣ୍ଡାପଥର ଗ୍ରାମରେ । । ଆକ୍ରମଣ ର ଶିକାର ହୋଇଥିବା ଯୁବକ ଜଣକ ହେଲେ ରଞ୍ଜିତ ପ୍ରଧାନ ବୟସ ୨୦ । ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ରଞ୍ଜିତ ଗ୍ରାମର କ୍ଲବ ସମ୍ମୁଖରେ ଠିଆ ହୋଇଥିବାବେଳେ ସିପୁନ ପଣ୍ଡା ଆସି ହଠାତ୍ ଏକ ଛୁରୀରେ ଆକ୍ରମଣ କରିଥିଲା । ଛୁରୀ ଟି ରଞ୍ଜିତ ର ପେଟରେ ବାଜିବାରୁ କ୍ଷତ ହୋଇ ରକ୍ତପାତ ହୋଇଥିଲା । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲ କୁ ଆଣିଛନ୍ତି । ଅନ୍ୟପଟେ ଆକ୍ରମଣକାରୀ ଯୁବକ ଙ୍କୁ ଗ୍ରାମବାସୀ କାବୁ କରି ବନ୍ଧାପଡ଼ା ଫାଣ୍ଡି କୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଧରି ଅଭିଯୁକ୍ତ କୁ ଅଟକ ରଖିଥିବା ସୂଚନା ରହିଛି ।