-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
14-Apr-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଗୋଧନେଶ୍ଵରଙ୍କ ଦଣ୍ଡ ଯାତ୍ରା (ମେରୁ) ଉଦଯାପିତ ହୋଇଯାଇଛି। ଏଥିରେ ଶତାଧିକ ପୁରୁଷ ବ୍ରତ ଧାରି ସାମିଲ ହୋଇଥିବା ବେଳେ ୫୦ ରୁ ଉର୍ଦ୍ଧ ମହିଳା ପୁରୁଷ ଅଧିଆ ପଡିଥିଲେ। ଏହି ଯାତ୍ରାକୁ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଏହି ଦଣ୍ଡ ଯାତ୍ରା ଶୈବଶକ୍ତ ଉପାସନା ସହ ମନୋରଞ୍ଜନ ର ମାଧ୍ୟମ ଅଟେ। ଏହି ଯାତ୍ରା ବିଶେଷତଃ କୃଷି ଉପରେ ଆଧାରିତ ଓ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥାଏ। ବାବା ଗୋଧନେଶ୍ଵର ଙ୍କ ଦଣ୍ଡ ଯାତ୍ରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସମ୍ପନ୍ନ ହୋଇଛି। ଏହି ମେରୁ ଯାତ୍ରା ର ଅନ୍ୟ ଏକ ଆକର୍ଷଣ ହେଉଛି ଝାମୁଯାତ୍ରା। ମାନସିକଧାରୀ ମାନେ ନିର୍ଜଳା ଉପବାସ ରହି ମହାଦେବ ଙ୍କୁ ଆରାଧନା କରିଥାନ୍ତି। ଏବଂ ପ୍ରଚଣ୍ଡ ଖରାରେ ନିଜକୁ କଷ୍ଟସାଧ୍ୟ ଦେଇ ପାଣି ଦଣ୍ଡ,ଧୁଲି ଦଣ୍ଡ ରେ ସାମିଲ ହୋଇ ମହାଦେବଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଫଳରେ ଏଭଳି କରିବା ଦ୍ୱାରା ମାନସିକ ପୂରଣ ହୁଏ ବୋଲି ପୂର୍ବରୁ ବିଶ୍ବାସ ରହିଛି। ଏହି ଅବସରରେ ହଜାର ହଜାର ଭକ୍ତ ଓ ମାନସିକଧାରୀ ମେରୁଯାତ୍ରା ରେ ସାମିଲ ହୋଇଥିଲେ। ଜଟେସିଂହା ଯାତ୍ରା କମିଟି , ବଡଖମାର ସ୍ବାଇଁ ପରିବାର ଓ ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ସର୍ବତ,ପଣା,ସହ ପାଣି ବଣ୍ଟନ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ପାଇଁ ସୁବଳୟା ପୋଲିସ ମୁତୟନ ହୋଇଥିଲେ। ସେହିପରି ବ୍ଲକର ସୁବଳୟା, ପିତାମହୁଲ, କମିରା, ଟେଭାପଦର, ସୁନାରିବେନି, ଗୈାଉଡଗାଡ, ଟିଠିପାଲି, କମଲପୁର, ଉଫୁଲା, ବାଗବର, ତେନ୍ତୁଳିମହଦା, ଚଉକା, ବର୍ଡାକଟା ପ୍ରମୁଖ ସ୍ଥାନରେ ମେରୁ ଯାତ୍ରା ପାଲିତ ହୋଇଯାଇଛି।