-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
11-Apr-2023
ଲୋଇସିଂହା, (ପ୍ରେରଣା ଖବର) ଏପ୍ରିଲ ଦଶ ତାରିଖ ରୁ ସକାଳୁଆ ଅଫିସ ଖୋଲିବାର ସରକାରୀ ନିର୍ଦ୍ଦେଶ ରହିଛି l କିନ୍ତୁ ଲୋଇସିଂହା ତହସିଲରେ ନିର୍ଦ୍ଦେଶ କୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବାର ଦେଖାଯାଉଛି l ନିୟମ ଅନୁଯାଇ ସମସ୍ତ କର୍ମଚାରୀ ସକାଳ ସାତ ଟାରେ ଅଫିସ ପହଞ୍ଚିବା କଥା କିନ୍ତୁ ଆଠ ଟା ନଅ ଟା ପର୍ଯ୍ୟନ୍ତ ମନମୁତାବକ କର୍ମଚାରୀ ଅଫିସ ଆସୁଥିବା ଅଭିଯୋଗ ହେଉଛି l ମଙ୍ଗଲବାର ଦୁର ଗ୍ରାମାଞ୍ଚଳରୁ ଅନେକ ଲୋକ ବିଭିନ୍ନ କାମ ପାଇଁ ଲୋଇସିଂହା ତହସିଲ ଅଫିସ ରେ ସକାଳ ସାତଟା ପୁର୍ବ ରୁ ଆସି ପହଁଞ୍ଚିଥିଲେ l ଅଫିସ ପିଅନ ସାତଟାରେ ଆସି ଅଫିସ ଖୋଲିଥିଲେ l
ଉପସ୍ଥିତ ଲୋକେ ଭାବୁଥିଲେ ଏଥର ସୁରୁଖୁରୁରେ ଅଫିସ ଅଫିସ କାର୍ଯ୍ଯ ଆରମ୍ଭ ହେବ କିନ୍ତୁ ଦୁଃଖ ର ବିଶୟ ଆଠ ଟା ପର୍ଯ୍ୟନ୍ତ କୌଣସି କର୍ମଚାରୀ ଅଫିସ ଆସିନଥିଲେ l ଆଠ ପରେ ପ୍ରଥମେ ଅତିରିକ୍ତ ତହସିଲଦାର ଏକା ଆସିଥିଲେ l ଦୁର ଦୁରାନ୍ତରୁ ଭୋର ରୁ ଆସିଥିବା ଲୋକେ କିନ୍ତୁ ହତାଶ ହୋଇ ତହସିଲ କର୍ମଚାରୀ ମାନଙ୍କୁ ଅପେକ୍ଷା କରିରହିଥିଲେ l ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ବେପରୁଆ କର୍ମଚାରୀ ମାନଙ୍କ ଉପରେ ଦ୍ରୃଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି l