-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ମହାନଗର

ବଲାଙ୍ଗିର ଏସ୍ ପି ଙ୍କ ନେତୃତ୍ଵରେ ପୋଲିସ ର ଐତିହାସିକ ପଦକ୍ଷେପ: ଏସ୍ ପି ଙ୍କ ଏତଲାରେ ଏସ୍ ପି ଙ୍କ ଚଢଉ

30-Mar-2023



ବଲାଙ୍ଗୀର  :  ( ମଳୟ ମିଶ୍ରଙ୍କ ରିପୋର୍ଟ ) ଗତ କିଛିଦିନ ଧରି କଣ୍ଟାବାଞ୍ଜିରେ ଦାଦନ ସେଠ୍ ଙ୍କ ଅଗ୍ରୀମ ହଡପଠୁଁ କ୍ଲିନ୍ କ୍ରିମିନାଲ୍ ମିଶନ୍ , କଫସିରପ୍ ମୁକ୍ତ ବଲାଙ୍ଗୀର ଅଭିଯାନଠାରୁ ଠକମନୋଜ ମିଶ୍ରର ନକଲି ସାର୍ଟିଫିକେଟ୍ ଧରପଗଡ ପର୍ଯ୍ୟନ୍ତ ବଲାଙ୍ଗୀର ଏସ୍ ପି ନୀତିନ୍ କୁଶଳକରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବଲାଙ୍ଗୀର ପୁଲିସ୍ ର ଅପରାଧୀ ଦମନର ଦୃଢ କାର୍ଯ୍ୟାନୁଷ୍ଠାନକୁ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି । 

ଗତବର୍ଷର ମମିତା ମେହେର ହତ୍ୟାକାଣ୍ଡରୁ ଚଳିତ ବର୍ଷର ଝାରସୁଗୁଡାରେ ମନ୍ତ୍ରୀ ନବ ଦାସ ହତ୍ୟାମାମଲାରେ ନିନ୍ଦିତ ହୋଇପଡିଥିବା ଓଡିଶାପୁଲିସ୍ ର ଭାବମୂର୍ତ୍ତିକୁ ଉଜ୍ଜଳ କରିଦେଇଛି ବଲାଙ୍ଗୀର ପୁଲିସ୍ ର ଉପରୋକ୍ତ ସକ୍ରିୟତା । ଏହା ପୂର୍ବରୁ ବଲାଙ୍ଗୀର ଏସ୍ ପି ଥିବା ନୀତିନ୍ କୁଶଳକରଙ୍କୁ ଗଣମାଧ୍ୟମଠାରୁ ବଲାଙ୍ଗୀରର ପୂର୍ବତନ ଆଇନମନ୍ତ୍ରୀ ତଥା ଟାଣୁଆ ବିଧାୟକ ନରସିଂହ ମିଶ୍ରଙ୍କ ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆକ୍ଷେପ ଓ  ପୂର୍ବତନ ମନ୍ତ୍ରୀ ଭାଜପାର ବରିଷ୍ଠ ନେତା କେବି ସିଂଦେଓଙ୍କ ଧାରଣାଦବା ସହ ଖୋଲାଖୋଲି ସମାଲୋଚନା ଇତ୍ୟାଦି ପରେ ଏଇ କେତୋଟି ଘଟଣା ତାଙ୍କ ପାରିବାପଣିଆକୁ ସମ୍ଭବା ଉ ସ୍ କାଇ ଦେଇଛି ।  ସେ ଯାହାହେଉ , ସଂପ୍ରତି ଏହି ଯୁବ ଆଇପିଏସ୍ ଜଣଙ୍କର  ଅପରାଧ ଦମନରେ 'ଜିରୋ ଟଲରେନ୍ସ ନୀତି ' ସବୁ ମହଲରେ ଉଚ୍ଚ ପ୍ରଶଂସା ସାଉଁଟିବା ସହିତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ପୁଲିସ୍ ପ୍ରଶାସନ ତାଙ୍କଠାରୁ ଏଭଳି ସକ୍ରିୟତା ଶିକ୍ଷା କରିବା ଉଚିତ୍ ବୋଲି ମତପ୍ରକାଶ ପାଇଛି ।

ଉଲ୍ଲେଖନୀୟ ଯେ , ଗତ କିଛିଦିନତଳେ କଣ୍ଟାବାଞ୍ଜିର ମାଆ ଅନ୍ନପୂର୍ଣା ଲଜ୍ ରୁ ଜିଲ୍ଲାକୁ ଅଗ୍ରୀମଟଙ୍କା ବାଣ୍ଟିବାକୁ ଆସିଥିବା ୭ ଜଣ ଆନ୍ଧ୍ର ସେଠ୍ ଙ୍କ ଠାରୁ ପ୍ରାୟ କୋଟିଏ ଟଙ୍କା ଚଢଉ କରି ହଡପ ଅଭିଯୋଗରେ ତତ୍କାଳୀନ ଏସଡିପିଓ ହୃଷିକେଶ ମେହେରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣପୂର୍ବକ ଲକ୍ଷାଧିକ ଟଙ୍କା ଜବତ କରି ତାଙ୍କୁ ନିଲମ୍ବିତ କରିଥିଲେ ।

ଏହାପରେ ବଲାଙ୍ଗୀର ସହର ସମେତ ପାଟଣାଗଡ ଇତ୍ୟାଦି ସହର ଉପକଣ୍ଠରେ ବର୍ଷ ବର୍ଷ ଧରି ଉପଦ୍ରବ କରିଆସୁଥିବା ଜମିମାଫିଆ ଓ ହତ୍ୟାଭିଯୁକ୍ତ କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟର ଚିତ୍ତ ମହାନ୍ତି , ଡନ୍ ଟିମନ୍ , ବବ୍ ଲୁ ମହାନନ୍ଦ ଓ ଅନ୍ୟାନ୍ୟ ଅସାମାଜିକଙ୍କର ସରକାରୀ ଜମି ଜବରଦଖଲକରି ଆପରାଧିକ ଅସାଧୁ ଉପାର୍ଜନରୁ ଗଢିଥିବା କୋଟି କୋଟି ଟଙ୍କାର ଅଟ୍ଟାଳିକା , ହୋଟେଲ , ଆଡ୍ ଡା ଡି ଓ ଦୋକାନଷ୍ଟଲ୍ ଗୁଡିକୁ ପ୍ରଶାସନର ସହାୟତାରେ ବୁଲ୍ ଡୋଜର୍ ଲଗାଇ ଉଡାଇ ଦେଇଥିଲେ ।

ଆହୁରି ମଧ୍ୟ ଦୀର୍ଘ  ବିଗତ କିଛିବର୍ଷଧରି ବଲାଙ୍ଗୀର ସମେତ ପଶ୍ଚିମଓଡିଶାକୁ କଫସିରପ୍ ଓ ନିଶାବଟିକା କାରବାର କରି ମୁଖ୍ୟତଃ ଯୁବଗୋଷ୍ଠୀକୁ ନିଶାସକ୍ତ କରି ହତ୍ୟା ପରି ନାରକୀୟ ଅପରାଧ ଘଟାଉଥିବା ରାକେଟ୍ କୁ ଧରି କଫସିରପ୍ ମୁକ୍ତ ବଲାଙ୍ଗୀର ଅଭିଯାନରେ ସମ୍ପୃକ୍ତ ଏହାର ଆନ୍ତର୍ଜାତିକ ଚେର ଲମ୍ବିଥିବା କୋଲକାତା ଓ ହରିୟାଣାର ଦୁଇଟି ଔଷଧ କମ୍ପାନୀର ୪୬ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦେବା ସହ ଅଦ୍ୟାବଧି ପଚାଶଜଣରୁ ଅଧିକ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ୩୫ ଲକ୍ଷରୁ ଉର୍ଦ୍ଧ୍ବ ନଗଦଟଙ୍କା ଜବତ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଧରପଗଡ ଜାରୀ ରହିଛି ।

ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ବଲାଙ୍ଗୀର ର ମନୋଜ ମିଶ୍ର ଓ ଆଲୋକ ଉଦ୍ ଗାତାଙ୍କ ଜାଲ୍ ସାର୍ଟିଫିକେଟ୍ ରାକେଟ୍ ର ପର୍ଦ୍ଦାଫାଶ୍ ଘଟଣା । ଏହା ବିଧାନସଭାରେ ଉଠାଯାଇଛି ଓ  ଠକମନୋଜର ସମ୍ପର୍କ ଶାସକ ବିଜେଡିଦଳ ଓ ଦଳର ନେତାଙ୍କ ସହ ରହିଥିବା ସମଗ୍ର ରାଜ୍ୟରେ ରାଜନୈତିକ ଆଲୋଡନ ସୃଷ୍ଟି କଲାଣି । ଡାକବିଭାଗର ନିଯୁକ୍ତିରୁ ଆରମ୍ଭ କରି ଏସବୁ ନକଲି ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ବଲାଙ୍ଗୀର ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟଜିଲ୍ଲା ଏବଂ ଏହା ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିଥିବା ଜଣାପଡିଛି । ଦୀର୍ଘ ୭/ ୮ ବର୍ଷରୁ ଉର୍ଦ୍ଧ୍ବକାଳ ଧରି ହଜାର ହଜାର ସଂଖ୍ୟାରେ ସେ ଏହି ନକଲି ସାର୍ଟିଫିକେଟ୍ ୫୦ହଜାରରୁ ୫ ଲକ୍ଷ ଟଙ୍କାପର୍ଯ୍ୟନ୍ତ ଟଙ୍କାରେ ବିକି କୋଟି କୋଟି ଟଙ୍କାର ବେଆଇନ୍ ଉପାର୍ଜନ କରି ଜମି କିଣିଥିବା ଜଣାପଡିଛି । ଏହି ମାମଲାରେ ଏକ ତଥାକଥିତ ରିଲାଏନ୍ସ କୋଚିଂ ସେଣ୍ଟର୍ ଆଳରେ ସେ ଏହା କରିଆସୁଛନ୍ତି । ଦେଶର ଉତ୍ତରପ୍ରଦେଶ ଓ ଝାଡଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟର ୪୧ ଟି ବୋର୍ଡ଼ର ନକଲି ପ୍ରମାଣପତ୍ର ଦିଆଯାଇଥିଲା । ଏହି ମାମଲାରେ ପ୍ରଥମ ଦଫାରେ ମନୋଜ ମିଶ୍ର ଓ ଆଲୋକ ଉଦ୍ ଗାତା ସମେତ ୧୯ ଜଣଙ୍କୁ ବଲାଙ୍ଗୀର ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।  ଏ ସମ୍ପର୍କରେ ପଚାରିବାରୁ ଏସ ପି ଗଣମାଧ୍ୟମକୁ କହିଛନ୍ତି ' ଟିପ୍ ସ ଅଫ୍ ଆଇସ୍ ବର୍ଗ ' ଅର୍ଥାତ୍ ଏବସୁଦ୍ଧା ଏହି ମାମଲାର ସାମାନ୍ୟ ଅଂଶ ହିଁ ଧରାପଡିଛି ବୁଡି ରହିଥିବା ବରଫ ପାହାଡର ଅଗ୍ରଭାଗ ପରି । ତେବେ ଏତେବର୍ଷର ଏତେ ସଂଖ୍ୟକ ଜାଲିଆତ ଓ ନକଲି ପ୍ରମାଣପତ୍ରରେ ଚାକିରୀ କରୁଥିବା ନକଲି କର୍ମଚାରୀଙ୍କୁ ଧରିବା ବଲାଙ୍ଗୀର ପୁଲିସ୍  କେତେ ସମର୍ଥ , ଏହା ଭବିଷ୍ୟତ କହିବ ।

ପ୍ରଥମେ ଏହା ଜଣାପଡ଼ିଛି ବଲାଙ୍ଗୀର ଡାକବିଭାଗର ଏସ ପି ଙ୍କ ଏତଲାରୁ ଓ ଏତେ ଧରପଗଡର ଶ୍ରେୟ ବଲାଙ୍ଗୀର ଏସପି ନୀତିନ୍ କୁଶଳକରଙ୍କର । ଅବଶ୍ୟ ଏସବୁ ଚଢାଉରେ ବଲାଙ୍ଗୀର ଏସ୍ ଡି ପି ଓ ତୋଫାନ୍ ବାଗ , ଇନିସପେକଟର ପ୍ରିୟଙ୍କା ରାଉତରାୟ ଓ ବଲାଙ୍ଗୀର ପୁଲିସ୍  ର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କର ନିଶ୍ଚିତ ଅବଦାନ ରହିଛି ।

ତେବେ ଏହି ମନୋଜ ମିଶ୍ର ଯେ ଏଭଳି ଜାଲିଆତିରେ ଏକମାତ୍ର ଠକ , ତା' ନୁହେଁ । ବଲାଙ୍ଗୀର ସହରରେ ଏଭଳି ପୂର୍ବରୁ ଅବିଯୋଗ ରହିଥିବା କମ୍ପୁଟର ତାଲିମ କେନ୍ଦ୍ର , କୋଚିଂ ସେଣ୍ଟର୍ ଆଦି ଖୋଲିଥିବା କମ୍ପଭାଇ କୋଚିଂ ସେଣ୍ଟର୍ ଓ ମହାବୀର ଘରୋଇ ଶିକ୍ଷାନୁଷ୍ଠାନ ଇତ୍ୟାଦି ଉପରେ ବି ବଲାଙ୍ଗୀର ପୁଲିସ୍ ଚଢଉ କରିଛି ।
ଉଲ୍ଲେଖଯୋଗ୍ୟ ଯେ , ଦଶବର୍ଷତଳେ ନକଲି ଷ୍ଟାମ୍ପ ତିଆରି କରି ମନୋଜ ମିଶ୍ର  ନକଲି ଆଟେଷ୍ଟଡ୍ ଇତ୍ୟାଦି କରୁଥିବାର ମୋର ମଧ୍ୟ ପ୍ରତ୍ୟକ୍ଷ ଅନୁଭୂତି ରହିଛି ।  କିଛିବର୍ଷତଳେ ରାଜେନ୍ଦ୍ର କଲେଜର ଜଣେ ଛାତ୍ରର ଜାଲ୍ ଆଇଡେଣ୍ଟି କାର୍ଡ ମାମଲାରେ ମନୋଜକୁ ବଲାଙ୍ଗୀର ଟାଉନ ପୁଲିସ ମଧ୍ୟ ଧରିଥିଲା । ଇତିମଧ୍ୟରେ ମନୋଜ ଶାସକ ବିଜେଡି ଦଳର ନେତାମାନଙ୍କ ସହ ଜାଣିଶୁଣି ଘନିଷ୍ଠତା ବଢାଇ ସୁରକ୍ଷିତ ରହିବାର ଅପଚେଷ୍ଟା କରିଆସୁଥିବା ଜଣାପଡିଛି । ତା ସହିତ ଅନେକ ଏଜେଣ୍ଟଙ୍କର ସମ୍ପୃକ୍ତି ରହିଛି । ସେ କୋଟି କୋଟି ଟଙ୍କାର ଜମିମାଫିଆଙ୍କୁ ସାହାଯ୍ୟ କରୁଥିବା , ବବଲୁ ମହାନନ୍ଦ ପରି ଅପରାଧୀକୁ ହାତରେ ରଖିଥିବା ଇତ୍ୟାଦିର ପର୍ଦ୍ଦାଫାଶ୍ ହେଲାଣି । ଏପରିକି ବିଳମ୍ବରେ ଖବର ପ୍ରକାଶ କରିଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କର ସମ୍ପର୍କୀୟ ମଧ୍ୟ କିଛିବର୍ଷ ତଳେ ଅନ୍ୟଜିଲ୍ଲାରେ ଡିଷ୍ଟାନ୍ସ କୋର୍ସ ଇତ୍ୟାଦି ଜରିଆରେ ଏଭଳି ଜାଲିଆତି କରି ଫେରାର୍ ମାରି ଏଠାକୁ ପଳାଇ ଆସିଥିବା ଓ ସେ ମନୋଜର ଦୂରସମ୍ପର୍କୀୟ ବୋଲି ଚର୍ଚ୍ଚା ହେଉଛି ।

ତେବେ ଏଭଳି ଜାଲ୍ ସାର୍ଟିଫିକେଟ୍ ବା ନକଲି ଚାକିରିଆ କେବଳ ଡାକ ବିଭାଗରେ ନାହାଁନ୍ତି , ଏବେ ଶିକ୍ଷାବିଭାଗ , ଶିଶୁ ବିକାଶ ବିଭାଗ , ସ୍ବାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗରେ ମାଳ ମାଳ ରହିଥିବାର ଖବର ପ୍ରକାଶ ପାଉଛି । ଏହାକୁ ଧରିବ କିଏ  ?

ସେ ଯା'ହେଉ , ବଲାଙ୍ଗୀର ଏସ ପି ଙ୍କ ନେତୃତ୍ଵରେ ବଲାଙ୍ଗୀର ପୁଲିସ୍ ର ଏହିସବୁ ମାମଲାର ତନାଘନା ତଦନ୍ତ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଲୋକେ କହୁଛନ୍ତି  :  ସାବାସ୍ ନୀତିନ୍  !


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like