-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
14-Mar-2023
ବୀରମହାରାଜପୁର, ( ବିନୋଦ ପାଣ୍ଡେ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଫଲରେ ଜନସାଧାରଣ ତଥା ପଥିକମାନେ ବିଭିନ୍ନ କାର୍ଯ୍ୟରେ ଅନ୍ୟ ସ୍ଥାନକୁ ଯାଉଥିବା ବେଳେ ପିଇବା ପାଣି ପାଇଁ ବହୁତ ଅସୁବିଧା ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଗ୍ରୀଷ୍ମ ଋତୁରେ ପାନୀୟ ଜଳଯୋଗାଣ ପାଇଁ ସରକାରଙ୍କ ଆଦେଶ କ୍ରମେ କାର୍ଯ୍ୟାଳୟ ପକ୍ଷରୁ ପ୍ରତ୍ୟେକ ଛକ ତଥା ନିର୍ଜନ ସ୍ଥାନ ମାନଙ୍କରେ ପାନୀୟ ଜଳ ଉପଲବ୍ଧ ପାଇଁ ପାଣି ଛତ୍ର ଖୋଲାଯିବା ବ୍ୟବସ୍ଥା ଅଛି। ହେଲେ ଏପର୍ଯ୍ୟନ୍ତ ବୀରମହାରାଜପୁର ଅଞ୍ଚଳରେ ଜଳଛତ୍ର ଖୋଳାଯାଇ ନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ସ୍ଥାନୀୟ ଦୈନିକ ବଜାର ଠାରେ ପିଇବା ପାଣିର ସୁବିଧା ନଥିବାରୁ କ୍ରେତା ଓ ବିକ୍ରେତା ମାନ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବ୍ଲକର ବିଭିନ୍ନ ପଞ୍ଚାୟତ ଛକ ନିକଟରେ ପିଇବା ପାଣି ବ୍ୟବସ୍ଥା କରାଯିବାପାଇଁ ବିଭିନ୍ନ ମହଲରେ ଦାବି ହେଉଛି।