-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
02-Mar-2023
ବଲାଙ୍ଗିର, ବଲାଙ୍ଗିର: ସଡ଼କ ଦୁର୍ଘଟଣାରେ ବଲାଙ୍ଗିର ଡିଆଇପିଆର୍ଓ କାର୍ଯ୍ୟାଳୟ କର୍ମଚାରୀ ରାଜେନ୍ଦ୍ର ମେହେର ଓ ତାଙ୍କ ପତ୍ନୀ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ସଂନ୍ଧ୍ୟା ସମୟରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ବାଇକ୍ ଯୋଗେ ଶ୍ରୀ ମେହେର ସପତ୍ନୀକ ଫେରୁଥିବା ବେଳେ ନିକଟସ୍ଥ ସିନ୍ଖମନ ପାଖ ମାମୁଁ ଢ଼ାବା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏବେ ସେ ଓ ତାଙ୍କ ପତ୍ନୀ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
(ବଲାଙ୍ଗିର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ )