-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
02-Mar-2023
ସୁବର୍ଣ୍ଣପୁର,( ମନୋରଞ୍ଜନ ତ୍ରିପାଠୀ)
ରାଷ୍ଟ୍ର ର ପ୍ରତ୍ୟେକ ଜନସାଧାରଣ ସେମାନଙ୍କ ମାନବିକ ଅଧିକାର ପାଇବାକୁ ହକଦାର, ଏଣୁ ଜିଲ୍ଲାର କାର୍ଯ୍ୟରତ ପ୍ରତ୍ୟେକ ଅଧିକାରୀ ନିଜ ନିଜ ସ୍ତରରେ ବିବେକାନୁମୋଦିତ ଭାବେ ଜନସାଧାରଣଙ୍କୁ ସେମାନଙ୍କ ମାନବିକ ଅଧିକାର ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଅଧ୍ୟକ୍ଷ ମାନବଧିକାର ଆୟୋଗ ଓଡିଶା ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ l ଆଜି ମାନ୍ୟବର ଅଧ୍ୟକ୍ଷ ମାନବଧିକାର ଆୟୋଗ ଓଡିଶା ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ସହର ସ୍ଥିତ ଜିଲ୍ଲାର ମାତୃ ଓ ଶିଶୁ ଚିକିତ୍ସାଳୟ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ l ଅଧ୍ୟକ୍ଷ ଏହି ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର, ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ତଥା ଚିକିତ୍ସାଳୟ ସମ୍ୱନ୍ଧୀୟ ଆଲୋଚନା କରିଥିଲେ l ଚିକିତ୍ସାଳୟ ର ଭିତିଭୂମି ତଥା ପରିଚାଳନା ସହ ଜନସାଧାରଣ ଙ୍କୁ ପ୍ରଦତ୍ତ ଚିକିତ୍ସାସେବା ରେ ମାନ୍ୟବର ଅଧ୍ୟକ୍ଷ ଖୁସି ବ୍ୟକ୍ତ କରିଥିବାବେଳେ ବିଭାଗ ତରଫରୁ ଆଲୋଚନା ସମୟରେ ବିଭିନ୍ନ ବିଭାଗ ରେ ଡାକ୍ତର ପଦବୀଖାଲିଥିବା, ବିଭିନ୍ନ ପାରାମେଡିକାଲ ପଦବୀ ଖାଲି ରହିଥିବା ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଚିକିତ୍ସାଳୟ ପରିଦର୍ଶନ ସମୟରେ ଅଧ୍ୟକ୍ଷ ମହୋଦୟ ଚିକିତ୍ସାଧୀନ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ ଙ୍କ ସହ ଚିକିତ୍ସାସେବା ସମ୍ୱନ୍ଧରେ ପ୍ରତ୍ୟକ୍ଷ ଭାବରେ ପଚାରି ବୁଝିଥିଲେ l ପରେ ପରେ ଅଧ୍ୟକ୍ଷ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ନାଗରିକ ସମାଜ ବୈଠକରେ ଉପସ୍ଥିତ ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସହ ଭାବବିନିମୟ କରିଥିଲେ l ବୈଠକ ଆରମ୍ଭରେ ରେଜିଷ୍ଟର ଶ୍ରୀଯୁକ୍ତ ରାଜୀବ ଲୋଚନ ସାହୁ ବୈଠକ ର ଆଭିମୁଖ୍ୟ ତଥା ମାନବାଧିକାର ଆୟୋଗ ଅଧ୍ୟକ୍ଷ ଙ୍କ ଗସ୍ତ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଉପସ୍ଥିତ ପ୍ରତିନିଧିଙ୍କୁ ଜିଲ୍ଲାରେ ମାନବଧିକାର ଉଲଂଘନ ସମ୍ପର୍କିତ ତଥ୍ୟ ଅଧ୍ୟକ୍ଷ ଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଆମନ୍ତ୍ରଣ କରିଥିଲେ l ତତପରେ ମାନ୍ୟବର ଅଧ୍ୟକ୍ଷ ଶ୍ରୀଯୁକ୍ତ ପୂଜାହାରୀ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସମସ୍ତ ଅଧିକାରୀ ସ୍ୱତଃ ଭାବେ ଜନସାଧାରଣ ଙ୍କ ନିମନ୍ତେ ଉଦ୍ଧିଷ୍ଟ ମାନବିକ ସେବା ହେଉ ଅବା ଅଧିକାର କୁ ଆନ୍ତରିକତା ତଥା ବିବେକାନୁମୋଦିତ ସହ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି l ନିଜ ନିଜ ସ୍ତରରେ ପ୍ରତ୍ୟେକ ଅଧିକାରୀ ମାନବୀୟ ଅଧିକାର ପ୍ରଦାନ ସହ ସରକାରଙ୍କ ପ୍ରତ୍ୟେକ ଯୋଜନା କୁ ଜନସାଧାରଣ ଙ୍କ ନିମନ୍ତେ ସୁନିଶ୍ଚିତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି l ସେ ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ, ପରିବେଶ, ଶିକ୍ଷା, ଜଳ ଓ ପରିମଳ, ସହ ଭିନ୍ନକ୍ଷମ ବର୍ଗ ଙ୍କ ଯୋଜନା ସମ୍ୱନ୍ଧରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ, ସେ ବିଶେଷ ଭାବେ ଜିଲ୍ଲା ରେ କନ୍ୟା ଜନ୍ମହାର କ୍ରମଶଃ ହ୍ରାସ ପାଉଥିବାରୁ ଏଥି ନିମନ୍ତେ ବ୍ୟାପକ ସଚେତନତା ସହ ନିର୍ଦ୍ଧିଷ୍ଟ ଯୋଜନା ପ୍ରସ୍ତୁତ କରି ପ୍ରତିହତ କରିବାକୁ ପରାମର୍ଶ ଦେଇଛନ୍ତି l ଚଳିତ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ପ୍ରସ୍ତୁତି କରିବା ସହ ବିଶେଷ ଭାବେ ସମସ୍ତ ଙ୍କ ପାଇଁ ଆବଶ୍ୟକ ଜଳ ଯୋଗାଣ ଓ ଜିଲ୍ଲାରେ ନିରବଛିନ୍ନ ବିଦ୍ୟୁତ ସେବା ଉପଲବ୍ଧ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି l ଅନୁଷ୍ଠିତ ନାଗରିକ ସମାଜ ବୈଠକରେ ବସ ମାଳିକ ସଂଘ ସଭାପତି ଙ୍କୁ କନ୍ୟା ଜନ୍ମ ହ୍ରାସ ଉପରେ ସଚେତନତା ଧର୍ମୀ ପୋଷ୍ଟର ବ୍ୟାନର ଇତ୍ୟାଦି ବସ ଗୁଡିକରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି l ଅଧ୍ୟକ୍ଷ ଙ୍କ ଜିଲ୍ଲା ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ସି ଡି ଓ ତଥା ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ, ନିର୍ବାହୀ ଯନ୍ତ୍ରୀ ବିଭୂପ୍ରସାଦ ପଣ୍ଡା, ସି ଡି ଏମ ଓ ଡ଼ ବିଶ୍ୱ ରଞ୍ଜନ ପତି, ଏଡିଏମଓ ଡ଼ ଦୈତ୍ୟ ନାରାୟଣ ପାଢ଼ୀ,, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ଓକିଲ ସଂଘ ସଭାପତି ସମେତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ର ପଦାଧିକାରୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l