-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Feb-2023
ବଲାଙ୍ଗୀର// ବଲାଙ୍ଗୀରରେ ଭର୍ଚୁଆଲ ହାଇକୋର୍ଟର ଆରମ୍ଭ ହେବା ଘଟଣା ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ଏବେ ବଲାଙ୍ଗିର ସିଭିଲ କୋର୍ଟ କୁ ମିଳିଛି ଆଉ ଏକ ସଫଳତା l ମୁକଦ୍ଦମା ପରିଚାଳନା, ଫଇସଲା ଓ କେଶ୍ ଡିସ୍ପୋଜାଲ କ୍ଷେତ୍ରରେ ବଲାଙ୍ଗୀର ସିଭିଲ କୋର୍ଟର ଉତ୍ସାହଜନକ ଅବଦାନ ପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟ ପକ୍ଷରୁ ବଲାଙ୍ଗୀର ସିଭିଲ କୋର୍ଟକୁ ୨ଠ୨୨-୨୩ ବର୍ଷ ପାଇଁ ବେଷ୍ଟ ଫାରଫର୍ମିଂ ଡିଷ୍ଟିକ୍ଟ ର ମାନ୍ୟତା ପ୍ରଦାନ କରିଛନ୍ତି l ଏହି ଖବର ଜଣା ପଡିବା ପରେ ଜିଲ୍ଲା ଓକିଲ ସଂଘର ସଭ୍ୟ ମାନଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଭରି ଦେଇଛି । ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଲଲାଟେନ୍ଦୁ ଜେନା ହାଇକୋର୍ଟ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଆଜି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଶ୍ରୀ ଜେନା ଙ୍କୁ ସାକ୍ଷାତ କରି ତାଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।