-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Dec-2020
(କଟକ ରୁ ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ) କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଆହ୍ୱାନ ଦିଆଯାଇଛି । କୃଷକ ସଙ୍ଗଠନ ପକ୍ଷରୁ ଏହି ଡାକରା ଦିଆଯାଇଥିବା ଜଣାପଡ଼ିଛି । ତେବେ କଂଗ୍ରେସ ଦଳ ଏହି ଡାକରାକୁ ସମର୍ଥନ କରୁଥିବା ଜଣାଯାଇଛି । ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘଟଣା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କୃଷକମାନେ ହେେଉଛନ୍ତି ଦେଶର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କଂଗ୍ରେସ ଏହି ବନ୍ଦ ଡାକରାକୁ ସମର୍ଥନ କରୁଥିବା ସେ ପ୍ରକାଶ କରିଥିଲେ ।