-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
10-Feb-2023
ନାକଟିଦେଉଳ (କର୍ଦପ ବେହେରା)
ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ଵିଜାଗଡ ଗ୍ରାମ ସ୍ଥିତ ରାଧାକୃଷ୍ଣ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅଵସର ରେ ଗୁରୁବାର ଦିନ ଗ୍ରାମ ର ମହିଳା ମାନଙ୍କ ଦ୍ବାରା ଟିକିରା ଚମ୍ପାଳି ନଦୀର ସଙ୍ଗମ ସ୍ଥଳରୁ କଳସ ଯାତ୍ରା କରାଯାଇଥିଲା ବେଳେ ଶୁକ୍ରବାର ଦିବା ୧୧ଘଟିକା ସମୟରେ ରତ୍ନମୁଦ ଓ ପୁନଃ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା ।ପ୍ରାୟ ପଚାଶ ବର୍ଷ ତଳେ ଉପରମୁଣ୍ଡା ଗ୍ରାମର ଗିରିଧାରୀ ଲାଲ ଅଗ୍ରଓ୍ବାଲା ଙ୍କର ପରିବାର ଦ୍ଵାରା ରାଧାକୃଷ୍ଣ ମନ୍ଦିର ନିର୍ମିତ ହୋଇଥିଲା । ଵହୁ ବର୍ଷ ପରେ ଉକ୍ତ ମନ୍ଦିର ର ଗୃହ ଦୁର୍ବଳ ହେଵାରୁ ଉପରମୁଣ୍ଡା ଓ ବିଜଗଡ଼ ଗ୍ରାମ ର ମିଳିତ ସହଯୋଗ ରେ ମନ୍ଦିର ର ପୁନଃ ନିର୍ମାଣ ଓ ନଵୀକରଣ ପାଇଁ ମନ୍ଦିର କମିଟି ଦ୍ଵାରା ନିଷ୍ପତ୍ତି ନିଆଯାଇଥିଲା ।