-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
26-Jan-2023
କର୍ଲାମୁଣ୍ଡ (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅନିୟମିତତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।କର୍ଲାମୁଣ୍ଡା ମଣ୍ଡଳ ସଭାପତି ସଂଜୟ ଜୈନ , ଯୋରାଡବ୍ରା ମଣ୍ଡଳ ସଭାପତି ଦଶରଥ ସାହୁ ଓ ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲାର ଉପସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଏହି ଦାବିପତ୍ର କର୍ଲାମୁଣ୍ଡା ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।ପ୍ରକାଶିତ ତାଲିକାରେ ଯୋଗ୍ୟ ହିତାଧିକାରୀ ସ୍ଥାନ ପାଇନଥିବା ବେଳେ ବହୁ ଅଯୋଗ୍ୟ ହିତାଧିକାରୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି।ଏପରିକି ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକାରେ ସ୍ଥାନ ପାଇବା ନାମଗୁଡିକ ନିକଟରେ ପ୍ରକାଶିତ ତାଲିକାରେ ବାଦ ପଡିଛି।ପ୍ରଶାସନ ପକ୍ଷରୁ ଅତିତରବରିଆ ଭାବରେ ଏହି ତାଲିକା ପ୍ରସ୍ତୁତ କରାଯାଉଛି।ଏହାର ପୁନଃବିଚାର କରିବା ସହ ତୃଟି ସଂଶୋଧନ କରାଯାଇ ଯୋଗ୍ୟହିତାଧିକାରୀ ନାମ ପ୍ରକାଶ କରିବାକୁ ଦାବି କରିଛନ୍ତି।କାର୍ଯ୍ୟକ୍ରମରେ ବିଜେପି ନେତା ବିଘ୍ନରାଜ ସାହୁ,ଗୋବିନ୍ଦ ସାହୁ,ଲିଙ୍ଗରାଜ ସାହୁ,ଗଣେଶ କୁମାର,ପ୍ରଭାତୀ ଭୋଇ ,ଡୋଲାମଣୀ ସାହୁ,ଶୁଭ୍ରାଂଶୁ ସାହୁ,ଗୋପି ସାହୁ ,ବନମାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।