-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2023
କଟକ(ଦୀପକ ଷଡଙ୍ଗୀ) ଅରୁଣୋଦୟ ମହିଳା ପରିଷଦର ଉନବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତର ହୋଇଯାଇଛି । ଏଥିରେ କଟକ ମେୟର ସୁବାସ ସିଂହ ମୁଖ୍ୟ ଅତିଥି, ଚୌଦାର କଟକ ବିଧାୟକ ସୌଭିକ ବିଶ୍ୱାଲ ସମ୍ମ୍ାନିତ ଅତିଥି, ମୁଖ୍ୟବକ୍ତା ଡଃ ସୁଷମା ମିଶ୍ର ଓ ସ୍ଥାନୀୟ କର୍ପୋରେଟର ଗୋପାଳ ମହାପାତ୍ର ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଜ୍ୟୋସ୍ନା ପରିଜା ସ୍ୱାଗତ ଭାଷଣ ଓ ରାଜଲକ୍ଷ୍ମୀ ପଣ୍ଡା ସଂପାଦକୀୟ ବିବରଣୀ ପାଠ କରିଥିଲେ । ଉତ୍ସବରେ ଅଂଜନା ପ୍ରଧାନ ସାହିତ୍ୟ ସ୍ମାରକୀ ଅଧ୍ୟାପିକା ମୀରା ବେଉରାଙ୍କୁ ଏବଂ ନୀନା ପଛାୟତ ସେବା ସମ୍ମାନ ଛତିଆ ସ୍ଥିତ ସେବକ ଆଶ୍ରମର ସଂପାଦକ ସୁରେନ୍ଦ୍ର ଚନ୍ଦ୍ର ବିଶ୍ୱାଲଙ୍କୁ ପ୍ରଦାନ କରାଯାଇଥିଲା ।