-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
24-Jan-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଜଡାମୁଣ୍ଡା ଠାରେ ଅନୁଷ୍ଠିତ ଏହି ଫୁଟବଲ ଟୁର୍ନାମେଣ୍ଟରେ ୮ ଟି ଦଳ ଅଂଶଗ୍ରହଣ କରିଥିଲେ l ଫାଇନାଲ ମ୍ୟାଚ ଟି ଛତାବାହାଲ ଓ ଏବିଏଫଏ ଲୋଇସିଂହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଏବିଏଫଏ ଲୋଇସିଂହା ଦଳ ବିଜୟୀ ହୋଇଥିବା ବେଳେ ରନର୍ସ ଅପ ଛତାବାହାଳ ଦଳ ହୋଇଥିଲା l ବିଜୟୀ ଦଳ ୩୦୦୦ଟଙ୍କା ବେଳେ ରନର୍ସ ଦଳ ୨୦୦୦ଟଙ୍କା ଗ୍ରହଣ କରିଥିଲେ l ଉକ୍ତ ଖେଳର ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ଯୋଗ ଦେବାସହ ପୁରସ୍କାର ଦେଇଥିଲେ ବୁର୍ଡl ସରପଞ୍ଚ ସୁଦିପ ସା, ଖେଳକୁ ଶୁଭାରମ୍ଭ କରିଥିଲେ ବିଜେପି ଯୁବମୋର୍ଚା ସଭାପତି ଲୋଇସିଂହା ପ୍ରଶାନ୍ତ ବାଦୀ, ପୂର୍ବତନ ସରପଞ୍ଚ କାଁହୁଚରଣ ପଧାନ l ବେଷ୍ଟ ଖେଳାଳୀ ଭାବେ ଲୋଇସିଂହା ଏବିଏଫଏ ଦଳର ଶୀଧେ ପୁରସ୍କୃତ ହୋଇଥିଲେ l ଫୂଟବଲ ଟୁର୍ନାମେଣ୍ଟକୁ ଆୟୋଜନ କରିଥିଲେ ତନ୍ମୟ ଛତ୍ରିଆ, ମନୋଜ ବିଶି, ସୁଶାନ୍ତ ପୁଟେଲ ପ୍ରମୁଖ l ଲୋଇସିଂହା ଏବିଏଫଏ ଦଳର ସମସ୍ତ ପିଲା ଏହି ଖେଳରେ ସହଯୋଗ କରିଥିଲେ l