-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ଜିଲ୍ଲା

ବିଶିଷ୍ଟ ବାଦ୍ୟଶିଳ୍ପୀ ପିଣ୍ଟୁ ଦୁବେଙ୍କ ପରଲୋକ I

20-Jan-2023



ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
 ସମ୍ବଲପୁରର ଜଣାଶୁଣା ବାଦ୍ୟଶିଳ୍ପୀ ତଥା ଲୋକପ୍ରିୟ କଳାକାର ଚନ୍ଦ୍ରଶେଖର ଦୁବେ (ପିଣ୍ଟୁ)ଙ୍କ ବୁଧବାର ବିଳମ୍ବିତ ରାତିରେ  ପରଲୋକ ହୋଇଛି। ସେ କର୍କଟ ରୋଗରେରେ ପୀଡ଼ିତ ଥିଲେ। ବିଳମ୍ବରେ ବ୍ୟାଧି ଚିହ୍ନଟ ହେବାପରେ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା କରା ଯାଇଥିଲା। ସେଠାରୁ ସାମାନ୍ୟ ସୁସ୍ଥ ହୋଇ ଫେରିଥିଲେ ବି ବୁଧବାର ତାଙ୍କ ସ୍ବାସ୍ଥ୍ୟ ପୁଣି ଗୁରୁତର ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ରାୟପୁର ନେବା ବାଟରେ ଆଖି ବୁଜିଥିଲେ। ପିଣ୍ଟୁ ନିଜ ପଛରେ ପତ୍ନୀ ଅଧ୍ୟାପିକା ସୀମନ୍ତିକା ଦାଶ, ଛୋଟ ପୁଅ, ପିତାମାତା ଓ ବଡ଼ଭାଇ ମଣ୍ଟୁଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ବିୟୋଗରେ ସମ୍ବଲପୁରର କଳାପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଛି। ଗୁରୁବାର ଶତାଧିକ ଲୋକ ଯାଇ ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଝାଡ଼ୁଆପଡ଼ା ନିବାସୀ ପିଣ୍ଟୁ ପିଲାବେଳୁ ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା ସହ ସଂପୃକ୍ତ ଥିଲେ। ଶୀତଳଷଷ୍ଠୀର ସଂସ୍କୃତି ତାଙ୍କୁ ପିଲାବେଳୁ କଳା କ୍ଷେତ୍ରକୁ ଆକର୍ଷିତ କରିଥିଲା। ସେ ଗୁରୁ ଅରୁଣ ପ୍ରସନ୍ନ ସେଠଙ୍କଠାରୁ ପ୍ରଥମେ ତବଲା ବଜାଇବା ଶିଖିଥିଲେ। ଏହାପରେ ଢୋଲ ଓ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ବଜାଇଥିଲେ।  ପ୍ରତିଟି ବାଦ୍ୟରେ ତାଙ୍କର ନୈପୁଣ୍ୟ ଥି‌ଲା। ସମ୍ବଲପୁର କଳା ପରିଷଦ ସହ ସେ ଅନେକ ବର୍ଷ ଧରି ଜଡ଼ିତ ଥିଲେ। ସେ ଧନୁପାଲିସ୍ଥିତ ଶ୍ରୀ ଗଣେଶ ବାଳିକା ବିଦ୍ୟାଳୟର କଳା ଶିକ୍ଷକଭାବେ କାର୍ଯ୍ୟ କରୁଥିଲେ। କେବଳ ବାଦ୍ୟ କି ନୃତ୍ୟ ନୁହେଁ, ସେ ସୁନ୍ଦର ଚିତ୍ର ବି ଆଙ୍କୁଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ ଓ ଆଇନ୍‌ ଡିଗ୍ରି ହାସଲ କରିଥିଲେ। ତାଙ୍କ ବିୟୋଗରେ ସମ୍ବଲପୁର ଜଣେ ଉତ୍ସର୍ଗୀକୃତ କଳାକାରଙ୍କୁ ହରାଇଛି I


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like