-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ଜିଲ୍ଲା

ସିନ୍ଧେକେଲା ବିରାଟ ଧନୁଯାତ୍ରା ଉଦଘାଟିତ,ପ୍ରଥମ ରଜନୀ ରେ ଉଗ୍ରେସନ ଙ୍କ ଗାଦିଚ୍ୟୁତ, ଦେବକୀ ବସୁଦେବ ବିବାହ ମଞ୍ଚସ୍ଥ

20-Jan-2023



ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଲ୍ଲୀଶ୍ରୀ ଖେଳ ପଡ଼ିଆ ପାଲଟି ଯାଇଛି ମୁକ୍ତ ଆକାଶ । ୯ ମ ବିରାଟ ଧନୁଯାତ୍ରା ମହୋତ୍ସବ ର ମଥୁରା ନଗରୀ ଗତକାଲି ବୁଧବାର ସନ୍ଧ୍ୟା ୭ଟା ବେଳେ ଉଦଘାଟିତ ହୋଇଯାଇଅଛି । ଧନୁଯାତ୍ରା କମିଟି ସଭାପତି ବିରେନ୍ଦ୍ର ନାରାୟଣ ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ବାରସେହ୍ନି ଙ୍କ ମୁଖ୍ୟ ସେବାୟତ ରାଜା
ଅରୁଣ ସିଂଦେଓ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ସିନ୍ଧେକେଲା ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେହ୍ନିଙ୍କୁ ପୂଜାର୍ଚ୍ଚନା କରି ଆଜ୍ଞାମାଲ ଆଣି ଉକ୍ତ ଉତ୍ସବର ଶୁଭ ଉଦଘାଟନ କରା ଯାଇଥିଲା। ଦୀର୍ଘ ସାତଦିନ ଧରି ପରିଚାଲିତ ହେବାକୁ ଥିବା ବିରାଟ ଧନୁଯାତ୍ରାରେ ଶାନ୍ତି ଶୃଙ୍ଖଳା ବଜାୟ ରଖି ଧନୁଯାତ୍ରା କୁ ସମ୍ପୁର୍ଣ୍ଣ ଭାବରେ ସଫଳ କରିବା ପାଇଁ କମିଟି ତରଫରୁ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ । ଦ୍ୱାରସେହ୍ନି ମନ୍ଦିର ପୂଜକ ବିକ୍ରମ ଥନାପତି ପୂଜାଅର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ , ଧନୁଯାତ୍ରା କମିଟି ସାଧାରଣ ସମ୍ପାଦକ ଅନିଲ ନାଏକ , ଉପ ସଭାପତି ପଣ୍ଡିତ

ଉମା ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । ସାଂସ୍କୃତିକ ସମ୍ପାଦକ ସୁଧାକର ସାହୁ ମଞ୍ଚ ପରିଚାଳନା କରିବା ସହ ଧନୁଯାତ୍ରା ଆୟୋଜକ କମିଟି ତଥା ସହଯୋଗ କରୁଥିବା ସମସ୍ତ ସଦସ୍ୟ ବିଶେଷ ଓ ମିଡ଼ିଆ ବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଉଦଘାଟନୀ ଉତ୍ସବ ପରେ ଧନୁଯାତ୍ରା ଆରମ୍ଭ ହୋଇଥିଲା । ସିନ୍ଧେକେଲା ମଥୁରା ନଗରୀ ସାଜିଥିବା ବେଳେ ତେଲସରାଇ ଗ୍ରାମକୁ ଗୋପପୁର ନାମରେ ନାମିତ କରାଯାଇଛି । ପ୍ରଥମ ରଜନୀ ମଥୁରା ନଗରୀ (ସିନ୍ଧେକେଲା) ରେ ମହାରାଜ ଉଗ୍ରସେନଙ୍କ ନଗର ପରିକ୍ରମା , ରଙ୍ଗମଞ୍ଚରେ ଦେବକୀ ବସୁଦେବଙ୍କ ବିବାହ , କଂସ ଙ୍କ ଦ୍ଵାରା ଉଗ୍ରସେନ ଗାଦିଚ୍ୟୁତ , କଂସଙ୍କ ରାଜ୍ୟାଭିଷେକ , ଦେବକୀ ବସୁଦେବଙ୍କ ବିବାହ , ଦୈଵବାଣୀ ଶୁଣି ଦେବକୀ ବସୁଦେବଙ୍କ ବନ୍ଦି ଆଦି କଥା ବସ୍ତୁ ନାଟ୍ୟ ଅଭିନୀତ ହୋଇଥିଲା । କଂସ ଭୂମିକାରେ ଝସକେତନ ପ୍ରଧାନ ଅଭିନୟ କରିଥିବା ବେଳେ ଉଗ୍ରସେନ ଭୂମିକାରେ ରୁଦ୍ର ନାରାୟଣ ମେହେର , ମହାମନ୍ତ୍ରୀ ଭୂମିକାରେ ନୀଳମଣି ଗଡ଼ତିଆ, ଅକ୍ରୁର ରେ ଘନଶ୍ୟାମ ସାହୁ , ବସୁଦେବରେ ଅଲେଖ ବୁଡେକ , ସେନାପତିରେ ପ୍ରମୋଦ ଭୁଏ , ସନ୍ତୋଷ ମହାକୁର , ଡ଼ଗର ରେ ରାଜୁ ମେହେର , ଦେବକୀ ରେ ରଶ୍ମି , ନୃତ୍ୟଙ୍ଗନା ରେ ମୋନାଲିସା , ମୌସମି , ରୁପା , ଚାଣ୍ଡୁର ଚତୁର୍ଭୁଜ ମେହେର , ଅର୍ଗାନ ମାଷ୍ଟର କୀର୍ତ୍ତି ବଗର୍ତ୍ତି , ତବଲା ମାଷ୍ଟର ଦିଲୀପ ମହାନନ୍ଦ , ପେଡ ମାଷ୍ଟର ମଣ୍ଟୁ ମହାନନ୍ଦ , ରୂପଶଯ୍ୟା ଚୈତ୍ୟନ୍ୟ ଭୋଇ ପ୍ରମୁଖ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପ ସଭାପତି ସୁରେନ୍ଦ୍ର ନାରାୟଣ ସିଂଦେଓ , ସହ ସମ୍ପାଦକ ଫକୀର ତ୍ରିପାଠୀ , ଜୟନ୍ତ ଖମାରୀ , କୋଷାଧ୍ୟକ୍ଷ ଓମ ପ୍ରକାଶ ସାହୁ , ପ୍ରଚାର ପ୍ରସାର ସମ୍ପାଦକ ଦିନେଶ ବଛା , ସନ୍ତୋଷ ରଣା , କନ୍ଦର୍ପ ସାହୁ , ଗୋପୀ ସାହୁ , ପରମା ସାହୁ , ରିକୁ ସୁନା , ବାବୁଲାଲ ସାହୁ , ମିଡ଼ିଆ ପ୍ରଭାରୀ ଦିନେଶ ଜୈନ , ଅନିଲ ତ୍ରିପାଠୀ , ଅଭିମନ୍ୟୁ ବହିଦାର , ସୁଶାନ୍ତ ଥନାପତି ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like