-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
20-Jan-2023
ଢେଙ୍କାନଳ(ତାପସ ଦାସ) ଯୋରନ୍ଦା ମହିମା ଗାଦିରେ ତୃତୀୟ ବେଢ଼ା ଉଚ୍ଛେଦ ପରେ ମହିମା ସମାଜର ଦୁଇଗୋଷ୍ଠୀ ସାଧୁ ସମାଜଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। କୌପୀନଧାରୀ ମହିମା ସମାଜ ଓ ବଳ୍କଳଧାରୀ ସମାଜ ମଧ୍ୟରେ ବିବାଦ ଯୋଗୁଁ ଯୋରନ୍ଦା ମେଳା ଠିକ୍ଭାବେ ପାଳନ ହେବକି ନାହିଁ ଯେଉଁ ଆଶଙ୍କା ଦେଖାଦେଇଥିଲା, ତା’ର ଘଟିଲା ଅବସାନ ।ଏ ନେଇ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ଉଭୟ ଉଭୟଙ୍କ ସହମତି ପ୍ରକାଶ ପରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏବଂ ଏହି ବୈଠକ ପରେ ହିଁ ସମାଧାନର ବାଟ ବାହାରିଛି। ଚଳିତ ମାଘମେଳା ଉପଲକ୍ଷେ କୌପୀନଧାରୀ ମହିମା ସମାଜ ପକ୍ଷରୁ ଅସ୍ଥାୟୀ ଭଜନମଣ୍ଡପରେ ଧୁନି ଓ ଝାଡ଼ବତି ଲାଗିବା ପାଇଁ ସ୍ଥିର ହୋଇଛି। ଏ
ହି ପ୍ରସ୍ତାବକୁ କୌପୀନଧାରୀ ମହିମା ସମାଜ ପକ୍ଷରୁ ଗ୍ରହଣ କରାଯାଇଛି। ଫଳରେ, ଯୋରନ୍ଦା ମେଳା ଆୟୋଜନ ପାଇଁ ଲାଗି ରହିଥିବା ଦ୍ୱନ୍ଦ୍ବ, ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।