-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
20-Jan-2023
ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ଠାରେ ଜାନୁଆରୀ ୨୬ ରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |
ପାପଡାହାଣ୍ଡି ବ୍ଲକ ସଭାଗୃହ ଠାରେ ପାପଡାହାଣ୍ଡି ବିଡ଼ିଓ ରଂଜିତା ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବ୍ଲକ ଉପାଦକ୍ଷ ସୁଶାନ୍ତ କୁମାର ବେହେରାଙ୍କ ଉପସ୍ଥିତରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବିଗତ ୨ବର୍ଷ କରୋନାର ପ୍ରଭାବରେ ସାଧାରଣତନ୍ତ୍ର ଦିବସକୁ ନିରାଡ଼ମ୍ଭରରେ ପାଳନ କରାଯାଉଥିବା ବେଳେ ବର୍ତମାନ କରୋନା କଟକଣା ଉଠିଯିବା ଯୋଗୁଁ ଚଳିତ ବର୍ଷ ଏହାକୁ ଆଡମ୍ବରରେ ପାଳନ କରାଯିବାପାଇଁ ନିଷ୍ପତି ନିଆଯାଇ ଥିଲା | ଏହିଥର ପାପଡାହାଣ୍ଡି ସଦର ମହକୁମାରେ ଥିବା ସମସ୍ତ ବିଦ୍ୟାଳୟ, କଲେଜ, ବେସରକାରୀ ବିଦ୍ୟାଳୟ ଏବଂ ପୋଲିସ ବିଭାଗକୁ ପ୍ୟାରେଡ ରେ ସାମିଲ କରାଯିବାପାଇଁ ନିଷ୍ପତି ନିଆଗଲା | ଏଥର ମଧ୍ୟ ପାପଡାହାଣ୍ଡି ଲାଲ ବହାଦୁର ହାଇସ୍କୁଲ ଠାରେ ପ୍ୟାରେଡ ସହ ପତାକା ଉତୋଳନ କରାଯିବ | ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ୩ ଟି ବର୍ଗ ଯଥା ସିନିଅର, ଜୁନିଅର ଏବଂ ସବ ଜୁନିଅର ବର୍ଗରେ ବିଭିନ୍ନ ପ୍ରତିଯୋଗିତା କରି ପୁରସ୍କୃତ କରାଯିବା ପାଇଁ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ନିର୍ଦେଶ ଦିଆଯାଇଛି | ହାଇସ୍କୁଲ ପଡିଆ ଠାରେ ବିଭିନ୍ନ ବିଦ୍ୟାଳୟ ଏବଂ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ପ୍ୟାରେଡ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ | ଏହି ବୈଠକରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, କଲେଜର ଅଧ୍ୟାପକ, ପାପଡାହାଣ୍ଡି ଥାନା ଏ ଏସ ଆଇ ଏବଂ ଲାଇନ ବିଭାଗର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ |
(ରିପୋର୍ଟ - ମିହିର ଶଙ୍କର ପାତ୍ର, ନବରଙ୍ଗପୁର)