-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2023
ବାଲିଗୁଡା:(ସୁଶିଲ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଝରିଆପଦା ରେ ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ ହୋଇଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ କୋଟଗଡ ଝରିଆପଦା ସାହିରେ ରହୁଥିବା ଗେଟାବାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପଦ୍ମଚରଣ ରଥ ନିଜ ଗୃହ ସମ୍ମୁଖରେ ନିଜର କୁନି ପୁଅକୁ ଧରି ଠିଆ ହୋଇଥିବା ବେଳେ ସେହି ସାହିର ଯୁବକ କୁନା ଆସି ସକାଳ ପ୍ରାୟ ୯ଟା ସମୟରେ ହଠାତ ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲା। ପାଖରେ ଥିବା ଚିକୁ ମିଶ୍ର ନାମକ ଯୁବକଙ୍କୁ ଛଡାଇଥିଲେ ଓ ସାଙ୍ଗେସାଙ୍ଗେ ଉଦ୍ଧାର କରି କୋଟଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ଘଟଣାସ୍ଥଳରୁ ହତ୍ୟା ଉଦ୍ୟମକାରୀ ଯୁବକ କୁନା ଫେରାର ହୋଇଯାଇଥିବା ଜଣାପଡିଛି। କୋଟଗଡ଼ ଥାନାରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ କୋଟଗଡ ଥାନା ଅଧିକାରୀ ଲଳିତ ମୋହନ ସାଗର ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ କୁନାକୁ ଖୋଜାଖୋଜି କରୁଛନ୍ତି। ହତ୍ୟା ଉଦ୍ୟମର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଗୁରୁତର ପଦ୍ମ ଚରଣ ରଥଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଛି।