-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
14-Dec-2022
ତୁରେକେଲା (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ମଣ୍ଡିରେ ସଭାପତି ଙ୍କୁ ଦଲାଲ୍ ଓ ମିଲର୍ସ ଖାତିରି କରୁନଥିବା ଅଭିଯୋଗ ନିଜେ ସଭାପତି କରିଛନ୍ତି । ସୂଚନା ଅନୁସାରେ ମିଲର୍ସ ନିଜେ ରହି ପ୍ରତିବର୍ଷ କଟନି ଛଟନି କରୁଥିଲା କିନ୍ତୁ ଏଥର ବିଭିନ୍ନ ମହଲରୁ ଚାପ ପଡିବାରୁ ମିଲର୍ସ
ମଣ୍ଡି ରେ ରହିପାରୁ ନାହିଁ କିନ୍ତୁ ଅଞ୍ଚଳର ଦାଦା ଓ ନକଲି ଚାଷିମାନଙ୍କୁ ଧରି ତାର ଧାନର କଟନି ଛଟନି ଚଲାଇଛି, ଆଜି ସଭାପତି ଙ୍କ କହିବା ଅନୁସାରେ କନ୍ଦେଇ ଗାଁର ଅଣଚାଷି ର ନାମରେ ପାଞ୍ଚ ଗାଡିରୁ ଅଧିକ ଧାନ ଓହ୍ଲାଇ ଛି ସେ ମୁଠାଏ
ଧାନ ଚାଷ କରିନାହିଁ ଏତେଧାନ କେଉଁଠୁ ଆଣିଲା ମୁଁ ନିଯେ ଜାଣିଛି ଇଏ ଜଣେ ଦଲାଲ କିନ୍ତୁ ବିରୋଧ କଲେ ମଧ୍ଯ ମୋତେ ଖାତିର କରୁନାହାନ୍ତି ବୋଲି ନିଜେ ମଣ୍ଡି ସଭାପତି ନିଜର ମନ୍ତବ୍ଯ ରଖିଛନ୍ତି । ଏଥିପ୍ରତିଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଘଟଣା ର ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।