-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
11-Dec-2022
ତୁରେକେଲା, ଏଚଡିଏଫସି ବ୍ୟାଙ୍କ୍ କଣ୍ଟାବାଞ୍ଜି ତରଫରୁ ଆଜି ଏକ ରକ୍ତଦାନ ଶିବିର ରୋଡ ନମ୍ୱର୍ ୪ କଣ୍ଟାବାଞ୍ଜି ସ୍ଥିତ ଏଚଡିଏଫସି ବ୍ୟାଙ୍କ୍ ପରିସରରେ ଆୟୋଜନ କରାଯାଇଥିଲା। ଏହି ଶିବିରରେ ୨୫ ୟୁନିଟ ରୁ ଉର୍ଦ୍ଧ୍ୱ ଲୋକେ ରକ୍ତଦାନ କରିଥିଲେ । ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏନ୍ଏସି ଅଧ୍ୟକ୍ଷ ବାରୀୟମ ସିଂ ସାଲୁଜା ଯୋଗଦେଇଥିଲେ । କଣ୍ଟାବାଞ୍ଜି ଡାକ୍ତରଖାନାର ରାକେଶ ପଣ୍ଡିତ ଏବଂ ଇପ୍ସିତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଚଡିଏଫସି ବ୍ୟାଙ୍କ୍ ପକ୍ଷରୁ ଏହି ରକ୍ତଦାନ
ଶିବିର ପ୍ରତ୍ୟେକ ବର୍ଷ ଏହି ଶିବିର କରାଯାଇଥାଏ । ଏହି ଶିବିରରେ ବ୍ୟାଙ୍କ୍ ମ୍ୟାନେଜର ଶାଶ୍ଵତ ସାମନ୍ତରାୟ , ପ୍ରିୟ ଦର୍ଶନି ଜେନା , ଏସ ଓ ସୁରେନ୍ଦ୍ର କଠାର, କଣ୍ଟାବାଞ୍ଜି ବିଜୁ ରକ୍ତଭଣ୍ଡାର ପରିଚାଳନା କମିଟି ସଦସ୍ୟ ଆଶିଷ ଖେତାନ୍, ରୋଗୀ କଲ୍ୟାଣ ସମିତି ସଦସ୍ୟ ଆନଦ ମୋଟେ , କଣ୍ଟାବାଞ୍ଜି ବିଜୁ ରକ୍ତଭଣ୍ଡାର କର୍ମଚାରୀ କୁନାଲ ଦାସ, ଶିବ ସାହୁ , ପ୍ରଶାନ୍ତ ସାହୁ, ଗୁରୁବାର ରଣା,ଗଜପତି ବେହେରା, କରମ୍ ଚାନ୍ଦ ରଣା ପ୍ରମୁଖ ଉପସ୍ଥିତ ଥିଲେ।