-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
10-Dec-2022
କଣ୍ଟାବାଞ୍ଜି, (ଆନନ୍ଦ ମୋଟେ) : ସବ ଜେଲ୍ କଣ୍ଟାବାଞ୍ଜି ପରିସର ରେ ଓଡିଶା ଅନ୍ତେବାସୀ ସୁରକ୍ଷା ଦିବସ ପାଳନ ହୋଇଛି,କଣ୍ଟାବାଞ୍ଜି ସବ ଜେଲ୍ ର ଜେଲର ବିକାଶ ଲତା ବାରୁ ଙ୍କ ସଭାପତିତ୍ବ ଏହି କାର୍ଯ୍ୟକ୍ରମ ହୋଇଥିଲା,ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ମାନବ ଅଧିକାର କର୍ମୀ ସମାଜସେବୀ ଆଶିଷ ଖେତାନ, ପୂର୍ବତନ ସେନିକ୍ ଗିରୀରାଜ୍ ମାଝୀ,ସମାଜସେବୀ ଆନନ୍ଦ ମୋଟେ, ପାରା ଲିଗଲ ସ୍ବେଛାସେବୀ ଯୁଗଳ କିଶୋର ଶବର, ସହ ଅନ୍ୟ ମାନେ ଯୋଗ ଦେଇଥିଲେ । ଏହି ଅବସର ରେ ଅତିଥି ମାନ ଙ୍କ ଦ୍ଵାରା ଅନ୍ତେବାସୀ ମଧ୍ୟ ରେ ହୋଇ ଥିବା ବିଭିନ୍ନ ପ୍ରତିଯୋଗିତା ରେ ବିଜୟୀ ମାନ ଙ୍କୁ ପୁରସ୍କୃତ କରା ଯାଇଥିଲା। ବର୍ତ୍ତମାନ୍ ଏହି ସବ ଜେଲ ରେ ଥିବା ୭୩ ଜନ ଅନ୍ତେବାସୀ ଙ୍କ ପାଇଁ କିଛି ଖାଇବା ସାମଗ୍ରୀ ବଣ୍ଟନ କରା ଯାଇଥିଲା, ଓ ମାନବ ଅଧିକାର,ଓ ବିଭିନ୍ନ ଆଇନ ଗତ ସୂଚନା ଅତିଥି ମାନ ଙ୍କ ପକ୍ଷ ରୁ ଅନ୍ତେବାସୀ ଙ୍କୁ ସଚେତନ କରା ଯାଇଥିଲା ।