-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
02-Dec-2020
ବଲାଙ୍ଗୀର,(ପ୍ରେରଣା ଖବର) :ବଲାଙ୍ଗିର ଜିଲ୍ଲାରେ ଚାଷୀ ଶୋଷଣ ଅସମ୍ଭାଳ ବୋଲି ସ୍ୱର ଉତ୍ତୋଳନ କରିଛନ୍ତି ବିଶିଷ୍ଟ କୃଷକ ନେତା ଡା. ସୁଧୀର ପରିଚ୍ଛା । ସେ କହିଛନ୍ତିି ଯେ, ପଡେ଼ାଶୀ ଜିଲ୍ଲା ବରଗଡ଼ରେ ମଣ୍ଡିଗୁଡ଼ିକରେ ଚାଷୀଙ୍କ ଧାନ କିଣିବା ବେଳେ କଟ୍ନୀ ଛଟ୍ନୀ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଘୋଷଣା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଣ୍ଡିଗୁଡ଼ିକରେ ଚାଲିଛି ବେଧଡ଼କ୍ କଟ୍ନୀ ଛଟ୍ନୀ । ଆଜିର ସମୟରେ ମୁଣ୍ଡର ଝାଳ ତୁଣ୍ଡରେ ମାରି ନାନା ପ୍ରକାର ପ୍ରାକୃତିକ ବିପର୍ଯୟକୁ ସାମ୍ନା କରି ଚାଷ କରୁଛି ଚାଷୀ । କିନ୍ତୁ ଅସାଧୁ ସରକାରୀ ଅଧିକାରୀ, କର୍ମଚାରୀ ତଥା ମିଲର୍ସ ଓ ଦଲାଲ୍ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ସବୁବେଳେ କ୍ଷତି ସହି ଆସିଛି । ମଣ୍ଡିରେ ନାନା ପ୍ରକାର ଆଳ ଦେଖାଇ କଟ୍ନୀ ଛଟ୍ନୀ କରାଯାଉଛି । ପ୍ରତି ଧାନ ବସ୍ତାରୁ ୪ରୁ ୮ କିଲୋ ପର୍ଯ୍ୟନ୍ତ କଟ୍ନୀ ହେଉଥିବା ଭଳି ସଂଗୀନ ଅଭିଯୋଗ ହେଉଛି । ଏଥିରେ ମଣ୍ଡିର ଅଧିକାରୀଠୁ ଆରମ୍ଭ କରି ସରକାରୀ ଅଧିକାରୀମାନଙ୍କ ମଧ୍ୟ ପ୍ରଚ୍ଛନ୍ନ ହାତ ରହିଛି । ଏ ଦିଗରେ ପଦକ୍ଷେପ ନେଇ ତୁରନ୍ତ ଧାନ ମଣ୍ଡିରେ କଟ୍ନୀ ଛଟ୍ନୀ ବନ୍ଦ ନ ହେଲେ ଆଗାମୀ ସମୟରେ ଘନଘୋର କୃଷକ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଡା. ପରିଚ୍ଛା ଚେତାବନୀ ଦେଇଛନ୍ତି ।