-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
01-Dec-2022
ବଲାଙ୍ଗୀର(ପ୍ରେରଣା ଖବର) - ଆଜି ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ବାଲାଜୀ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାକୁ ବାଲାଜୀ ସାଇନ୍ସ କଲେଜ୍ କମିଟି ର ସଭ୍ୟ ମହେନ୍ଦ୍ର କୁମାର ଦର୍ଜି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।ବଲାଙ୍ଗୀର ପି ଆର ହାଇସ୍କୁଲ ପଡିଆ ଛକ ଠାରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପ୍ଲା କାର୍ଡ ଧରି ମହାଦେବ ମନ୍ଦିର ଛକ, ପାଟଣା ହୋଟେଲ ଛକ,ପି ପି ଏକାଡେମୀ ଛକ, ଡେଲି ମାର୍କେଟ ଦେଇ ପାଟନେଶ୍ୱରି ମନ୍ଦିର ପର୍ଯ୍ୟନ୍ତ ନୀରବ ସଚେତନତା ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାରେ ବାଲାଜୀ ସାଇନ୍ସ କଲେଜ୍ ର ବିଭିନ୍ନ ବିଭାଗ ର ଛାତ୍ର ଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା, କ୍ୟୁଇନ ଇଣ୍ଟର୍ ନ୍ୟାସନାଲ ସ୍କୁଲ ର ଛାତ୍ର ଛାତ୍ରୀ ,ଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦାନ ଦେଇଥିବା ବେଳେ କଲେଜ ର ମେନେଜିଂ ଡାଇରେକ୍ଟର ଅଭିଳାଷ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।