-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
01-Dec-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ୱରୀପାଲି ରେ ଆଜି ଯୁବ ରେଡକ୍ରସ ର ସଭ୍ୟ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷା ସୁଶ୍ରୀ ସ୍ବପ୍ନା ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ , ଅଧ୍ୟାପକ ଶ୍ରୀ ଉମାକାନ୍ତ ନାଗ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଶିକ୍ଷା ବିଭାଗର ଅଧ୍ୟାପକ ନାରାୟଣ ନାଏକ ଯୋଗ ଦେଇ ଥିଲେ। ଇଂରlଜି ଅଧ୍ୟାପକ ତଥା ଯୁବ ରେଡକ୍ରସ ର କାଉନସିଲର ସୁମନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇତିହlସ ଅଧ୍ୟାପକ ଦେବାଶିଷ ବାରିକ , ରାଜନୀତି ବିଜ୍ଞାନ ଅଧ୍ୟାପିକା ମାଧବୀ କର୍ମୀ, ଶିକ୍ଷା ବିଭାଗର ଅଧ୍ୟାପିକା ପ୍ରୀତି ମହାପାତ୍ର ଓ ଖେଳ ଶିକ୍ଷକ ମଦନ ମୋହନ ପଟେଲ ଯୋଗ ଦେଇଥିଲେ। ରେଡକ୍ରସ ର ଉତ୍ପତ୍ତି ଠାରୁ ଆରମ୍ଭ କରି ଏହାର ଲକ୍ଷ୍ୟ ଓ କାର୍ଯ୍ୟପନ୍ଥା ବିଷୟରେ ସ୍ୱେଚ୍ଛାସେବୀ ମାନଙ୍କୁ ଶ୍ରୀ ନାଗ ସବିଶେଷ ବିବରଣୀ ପ୍ରଦାନ କରିଥିଲେ l ଏଂବ ଭବିଷ୍ୟତ ରେ ସ୍ବେଛାସେବୀ ମାନେ ଯୁବ ରେଡକ୍ରସ ରେ ଓ ସମାଜ ର ସେବା ରେ ସାମିଲ ହୋଇ କାମ କରିବାକୁ ସଂକଳ୍ପ ନେଇଥିଲେ l ଏହି ଅବସରରେ ପଣ୍ଡlପlଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସlଲୟ ର ସହଯୋଗ ରେ ଯୁବ ରେଡକ୍ରସ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଆଖ ପାଖ ଅଞ୍ଚଳରୁ ଅନେକ ଲୋକ ଆସି ଚକ୍ଷୁ ପରୀକ୍ଷା କରାଇ ଥିଲେ।