-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2022
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
ପଡିଆବାହାଲ ଠାରେ ଆଜି ଧନୁଯାତ୍ରା ମହୋତ୍ସବ ୨୦୨୨ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା I ସନ୍ଧ୍ୟାରେ ଉଗ୍ରସେଣ ପରିକ୍ରମା ଓ କଂସଙ୍କ ସିହାସନ ଆରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ସନ୍ଧ୍ୟା ୪.୩୦ରେ ଏହା ଉଦଘାଟନ ହୋଇଥିଲା I ଧନୁଯାତ୍ରାକୁ ଆନୁଷ୍ଠାନିକ ଭାବେ ମୁଖ୍ୟଅତିଥି ସମ୍ବଲପୁର ଏସଡିପିଓ ପ୍ରଦୀପ କୁମାର ସାହୁ, ସଦର ଓଆଇସି ଅନିତା ରାଣୀ ପଟନିଆ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଗୀତିକାର ଜତୀନ୍ଦ୍ର କୁମାର ପ୍ରଧାନ,ସାଂସଦ ପ୍ରତିନିଧି ସସ୍ମିତା ରାଣୀ ଦେହୁରୀ, କମିଟି ସଭାପତି ପ୍ରମୋଦ ମଗର, ବରୁଣ ସାହୁ ,ସଂପାଦକ ସଂଜିବ ଭୋଇ ,ଏସଆଇ ମନୋରଞ୍ଜନ ଦାଶ ପ୍ରମୁଖ ଯୋଗଦେଇଥିଲେ I କାର୍ଯ୍ୟକ୍ରମକୁ ଡା.ରାଜାରାମ ଷଡଙ୍ଗୀ ସଂଜୋଜନା କରିଥିଲେ । ପ୍ରଥମ ଦିବସରେ ମଥୁରା ନଗରୀରେ ଭରପୁର ଦର୍ଶକ ରହିଥିଲେ । କଂସ ମହାରାଜ ଗଜରାଜ (ହାତି) ପିଠିରେ ଆସି ମଥୁରା ନଗରୀ କଂସ ଦରବାରରେ ସିଂହାସନ ଆରୋହଣ କରିଥିଲେ I ସକାଳେ ଏକ ବର୍ଣ୍ଣାଢ୍ୟ ସମାରୋହରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ପଡିଆବାହାଲ ନଗର ପରିକ୍ରମା କରି କଂସ ଦରବାର ଠାରେ ମାଁ ମାଉଲି ଗ୍ରାମ ଦେବୀ ମନ୍ଦିରରେ ପହଞ୍ଚି ପୂଜାର୍ଚନା କରାଯାଇଥିଲା । ଏଥିରେ ପଣ୍ଡିତ ମହେଶ୍ୱର ନାୟକ ପୌରହିତ୍ୟ କରିଥିବା ବେଳେ ଶିବ ଶଙ୍କର ପଣ୍ଡା ଓ ମନିଷ ନାୟକ ସହଯୋଗ କରିଥିଲେ । ଏଥିରେ ପରିକ୍ଷିତ ନାୟକ,ସସ୍ମିତା ଦେହୂରୀ,ସନ୍ତୋଷ କାଲୋ ଓ ବାସନ୍ତୀ କାଲୋ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ ।